ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ପତଞ୍ଜଳି ପରିବାର ବଲାଙ୍ଗୀର ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜଗଦୀଶ ଯୋଗଲୟଟାରେ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ଶ୍ରୀମାନ ରଘୁନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାର ଯୋଗ ପ୍ରେମୀମାନେ ଯୋଗ ଦିବସରେ ସାମିଲ ହୋଇଥିଲେ। ବରିଷ୍ଠ ଯୋଗ ଶିକ୍ଷକ ଶଙ୍କର ଅଗ୍ରୱାଲ ଏବଂ ମହିଳା ପ୍ରଭାରୀ ସୁଜାତା ଦିଶ୍ରୀ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଇଥିଲେ। ବରଗାଁ ମେଡିକାଲ ପରିସର, ବଇଦୁପାଲି ଓ ପୁଇତଲା ଠାରେ ରଘୁନାଥ ଷଡ଼ଙ୍ଗୀ, ରେଲୱେ, ଗ୍ରିଡକୋ ଠାରେ ସୁଜାତା ଦିଶ୍ରୀ, ଆଗଲପୁର ବ୍ଲକ ପରିସରରେ ଯୁବା ଭାରତ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ, ଲୋଇସିଂହା କଲେଜରେ ସୋସିଆଲ ମିଡିଆ ପ୍ରଭାରୀ ସସ୍ମିତା ସାହୁ ପ୍ରଭୃତି ଯୋଗର ପ୍ରୋଟୋକଲ ଅଭ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତା ପ୍ରମୋଦ ଲେଙ୍କା, ବାଳକୃଷ୍ଣ ଅଗ୍ରୱାଲ, ସହ-ପ୍ରଭରୀ ନିହାରିକା ମିଶ୍ର, ରାମ ଶଙ୍କର ଚନ୍ଦନ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ