ଇରାନର କୋମ ସହରରେ ଇସ୍ରାଏଲର ହମ୍‌ଲା, ଏଠାରେ ରହିଛି ଫୋର୍ଡୋ ଇନ୍ଧନ ସଂବର୍ଦ୍ଧନ ଫ୍ୟାକ୍ଟ୍ରି, ବିଲ୍ଡିଂରେ ଲାଗିଲା ନିଆଁ, 2 ମୃତ
ତେହରାନ, 21 ଜୁନ୍ (ହି.ସ.)-ଇସ୍ରାଏଲ ଇରାନର କୋମ୍ ସହର ଉପରେ ଆକ୍ରମଣ କରିଛି। କୋମ୍ କୁ ଇରାନର ସବୁଠୁ ପବିତ୍ର tହର ଭାବରେ ଗଣାଯାଏ। ଫୋର୍ଡୋ ଇଂଧନ ସଂବର୍ଧନ କାରଖାନା, କୋମର ଏକ ପାହାଡ଼ ତଳେ ଅଛି। ଇସ୍ରାଏଲ ଦ୍ୱାରା କୋମ୍ ସହରରେ ଥିବା ଏକ ଘରୋଇ ବିଲ୍ଡିଂ ଉପରେ
ଇରାନର କୋମ ସହରରେ     ଇସ୍ରାଏଲର ହମ୍‌ଲା, ଏଠାରେ ରହିଛି ଫୋର୍ଡୋ ଇନ୍ଧନ ସଂବର୍ଦ୍ଧନ ଫ୍ୟାକ୍ଟ୍ରି, ବିଲ୍ଡିଂରେ     ଲାଗିଲା ନିଆଁ, 2 ମୃତ


ତେହରାନ, 21 ଜୁନ୍ (ହି.ସ.)-ଇସ୍ରାଏଲ ଇରାନର

କୋମ୍ ସହର ଉପରେ ଆକ୍ରମଣ

କରିଛି। କୋମ୍ କୁ ଇରାନର ସବୁଠୁ ପବିତ୍ର tହର ଭାବରେ ଗଣାଯାଏ। ଫୋର୍ଡୋ ଇଂଧନ ସଂବର୍ଧନ କାରଖାନା,

କୋମର ଏକ ପାହାଡ଼ ତଳେ ଅଛି। ଇସ୍ରାଏଲ ଦ୍ୱାରା କୋମ୍ ସହରରେ

ଥିବା ଏକ ଘରୋଇ ବିଲ୍ଡିଂ ଉପରେ କରାଯାଇଥିବା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ସିଏନଏନ୍ ଅନୁସାରେ, ଇରାନର ସରକାରୀ ମିଡିଆ ଉଦ୍ଧୃତ କରି ବର୍ଣ୍ଣନା କରାଯାଇଛି ଯେ, ଶନିବାର ଦିନ କୋମ୍ ସହରର ଏକ ଆବାସିକ ବିଲ୍ଡିଂ ଉପରେ ହୋଇଥିବା ଏହି ଆକ୍ରମଣରେ ଦୁଇ ଜଣ

ମୃତ୍ୟୁବରଣ କରିଛନ୍ତି ଏବଂ ଚାରି ଜଣ ଆହତ ହୋଇଛନ୍ତି। ବିଲ୍ଡିଂର ଚତୁର୍ଥ ମହଲା ଉପରେ ଏହି

ଆକ୍ରମଣ ହୋଇଥିବା ସୂଚନା, ଇସ୍ରାଏଲ ସେନା ପକ୍ଷରୁ ଇରାନ ଉପରେ ନୂତନ ଆକ୍ରମଣ ଲହର

ଆରମ୍ଭ ହୋଇଛି ବୋଲି ଘୋଷଣା ହେବା ପରେ ଆସିଛି।

କୋମ୍ ଜିଲ୍ଲା ପ୍ରଶାସନର ମୁଖପାତ୍ର

ମୋର୍ଟେଜା ହେଦେରିଙ୍କ ଅନୁସାରେ, ମୃତ ଲୋକମାନଙ୍କ ମଧ୍ୟରୁ ଜଣେ

୧୬ ବର୍ଷୀୟ ବାଳକ ଥିଲେ। ଏହି ଭିଡିଓରେ ଏକ ବହୁମହଲା

ବିଲ୍ଡିଂର ଉପର ମହଲାରେ ନିଆଁ ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande