ବିଶାଖାପାଟଣା, 21 ଜୁନ୍ (ହି.ସ.)
-ଆନ୍ଧ୍ର ପ୍ରଦେଶର
ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ କହିଛନ୍ତି ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଭାରତ ପାଇଁ ଏକ ବଡ଼
ସମ୍ମାନ। ସେ ଆଜି ସକାଳେ ଏଠାରେ ଆୟୋଜିତ ଯୋଗାନ୍ଧ୍ର କାର୍ଯ୍ୟକ୍ରମରେ ଏହା
କହିଛନ୍ତି ।
ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଓ ଚନ୍ଦ୍ରବାବୁ ନାଇଡୁଙ୍କ ଚେଷ୍ଟା ଫଳରେ
ଆମେ ଏକ ନୂତନ ବିଶ୍ୱ ରେକର୍ଡର ସମୀପରେ ଅଛୁ। ବେଦମଧ୍ୟରେ, ବିଶେଷକରି ଋଗବେଦରେ
ଯୋଗର ଗୁରୁତ୍ୱ ଉଲ୍ଲେଖ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଯୋଗକୁ ସାର୍ବଭୌମ କରିଛନ୍ତି।”
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ
ନାଇଡୁ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ପାଇଁ 1.44 ଲକ୍ଷ ଯୋଗ ଶିକ୍ଷକ ପଂଜିକରଣ
କରିଛନ୍ତି। ଗତକାଲି 22,000 ଆଦିବାସୀ ଛାତ୍ର ସୂର୍ଯ୍ୟନମସ୍କାର କରି ଗିନିଜ ବିଶ୍ୱ ରେକର୍ଡ କରିଛନ୍ତି।
ସେ କହିଛନ୍ତି ପ୍ରତିଦିନ ଏକ ଘଂଟା ଯୋଗ କରିଲେ ଭଲ ଫଳ ମିଳିଥାଏ। ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଅନୁଶାସନ ଓ ଏକାଗ୍ରତା ବଢ଼ାଏ।” ଆଜି 130 ଦେଶରେ ଯୋଗ ଦିବସ
ପାଳିତ ହେଉଛି।
ବିଶାଖାପାଟଣାରେ ଆଜି ସକାଳେ
11ତମ ଆନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାନ୍ନିଧ୍ୟରେ ଲକ୍ଷାଧିକ
ଲୋକ ସମୁଦ୍ରତଟରେ ଯୋଗାସନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଜଷ୍ଟିସ ଅବ୍ଦୁଲ ନଜୀର, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ, ପବନ କଲ୍ୟାଣ, ନାରା ଲୋକେଶ,
କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବହୁତ
ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।
ରାମକୃଷ୍ଣ ବିଚ୍ ରୁ ଭୀମିଲି
ପର୍ଯ୍ୟନ୍ତ ଗୋଟିଏ ମାର୍ଗରେ ଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା । ଗ୍ରୀନ କାର୍ପେଟରେ 3.26
ଲକ୍ଷ ଲୋକ ଏକାସାଥିରେ ଯୋଗ କରିଥିଲେ। ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ, ଗୋଲ୍ଫ୍ କ୍ଲବ୍,
କ୍ରିକେଟ୍ ଷ୍ଟାଡିଅମ୍, ପୋର୍ଟ ଷ୍ଟାଡିଅମ୍, ରେଲୱେ ପ୍ରଦର୍ଶନୀ ଗ୍ରାଉଣ୍ଡ, ଓ ସ୍ୱର୍ଣ୍ଣଭାରତୀ ଇନଡୋର ଷ୍ଟାଡିଅମ୍ ସହ 18ଟି କ୍ରୀଡା ମୈଦାନରେ ଯୋଗ କରାଯାଇଛି।
ଆଜି ସକାଳେ ଭାରତୀୟ ନୌସେନାର
11,000ରୁ ଅଧିକ ନୌସେନା କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟମାନେ
ଯୋଗାନ୍ଧ୍ରରେ ସାମିଲ ହୋଇଥିଲେ । ଏହି ନୌସେନା କର୍ମଚାରୀମାନେ 30 କି.ମି ଲମ୍ବା ଆରକେ ବିଚ୍
ନିକଟର 10ଟି ସ୍ଥାନରେ ଯୋଗ କରି ଏହି ଐତିହାସିକ ସମାଗମର ଅଂଶ ବନିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା