ଦ ବେଲ୍ ଓ ୟୁଥ୍ ହଷ୍ଟେଲ ପୁରୀ ପକ୍ଷରୁ ଯୋଗ ଦିବସ ପାଳିତ
ପୁରୀ, ୨୧ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦ ବେଲ୍ ଓ ୟୁଥ୍ ହଷ୍ଟେଲ, ପୁରୀ ମିଳିତ ଆନୁକୁଲ୍ୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ ସ୍ବାସ୍ଥ୍ୟ ଆମ ସମ୍ପତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟ
ଦ ବେଲ୍ ଓ ୟୁଥ୍ ହଷ୍ଟେଲ ପୁରୀ ପକ୍ଷରୁ ଯୋଗ ଦିବସ ପାଳିତ


ପୁରୀ, ୨୧ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦ ବେଲ୍ ଓ ୟୁଥ୍ ହଷ୍ଟେଲ, ପୁରୀ ମିଳିତ ଆନୁକୁଲ୍ୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ ସ୍ବାସ୍ଥ୍ୟ ଆମ ସମ୍ପତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ପ୍ରଶିକ୍ଷକ ଭାବରେ ପାତଞ୍ଜଳି ଯୋଗ ପୀଠ ଟ୍ରଷ୍ଟ , ହରିଦ୍ଵାରର ଯୋଗ ପ୍ରଶିକ୍ଷିକା ମୋନାଲିସା ଦାସ ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟମ ପ୍ରତିଦିନ ଅଭ୍ୟାସ କରିବା ଆବଶ୍ୟକ ବୋଲି କହିଥିଲେ । ଏହି ଯୋଗ ଶିବିରରେ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ, ଶିଶୁ ସମାଚାର, ଦ ମିରର, କ୍ଷେତ୍ର ମୋହନ ଫାଉଣ୍ଡେସନ, ଶ୍ରୀ ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟ ଭାରତ ଯୋଗ କେନ୍ଦ୍ର, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସହିତ ଏକଲବ୍ୟ ପାଠଶାଳା ଛାତ୍ରଛାତ୍ରୀ ମାନେ ଯୋଗ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ୟୁଥ୍ ହଷ୍ଟେଲ ପୁରୀର ମ୍ଯାନେଜର ଭାସ୍କର ଚନ୍ଦ୍ର ମହାରଣା ଅତିଥି ଓ ଶିବିର ପ୍ରଶିକ୍ଷାର୍ଥଙ୍କୁ ଯୋଗ ଦିବସ ଟି ସାର୍ଟ ଓ ଉପଢ଼ୌକନ ପ୍ରଦାନ କରିଥିଲେ । ଦ ବେଲ୍ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଶିବିର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଦ ବେଲ୍ ଓମେନ୍ସ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ । ଏହି ଅବସରରେ ଯୋଗୋ ଓ ପ୍ରାଣାୟମ ଉପକାରିତା ସମ୍ପର୍କିତ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande