ଜୟପୁର, ୨୨ ଜୁନ (ହି.ସ.)- ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଜୟପୁର ଲକ୍ଷ୍ମୀ ପଣ୍ଡା ଛକ ଠାରେ ପଥପ୍ରାନ୍ତ ନାଟକ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି । ଜୟପୁର ଅବକାରି ନିରିକ୍ଷକ ଓ ଅବକାରି ଥାନା ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଷାକ୍ତ ମାଦକ ଦ୍ରବ୍ୟ ସେବନ କଲେ କିପରି ପରିବାର ଛାର ଖାର ହୋଇଯାଏ ସେନେଇ ପଥପ୍ରାନ୍ତ ନାଟକ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଥିଲା । ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଅପମିଶ୍ରିତ ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୁଣ୍ଣ ରୋକିବା ଲାଗି ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଅବକାରି ନିରିକ୍ଷକ ଶଶି କାନ୍ତ ଦତ୍ତ, ଏଏସଆଇ ବଳ ରାମ ଦାସଙ୍କ ସହ ଅବକାରି ଥାନା କର୍ମଚାରି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି