କେନ୍ଦୁଝର, ୨୨ ଜୁନ୍ (ହି.ସ.) - ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ପରେ ସୁସ୍ଥ ଆରୋଗ୍ୟ କାମନା କରି କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରବିବାର ସନ୍ଧ୍ୟାରେ ସରକାରୀ ବସଷ୍ଟାଣ୍ଡ ନିକଟରେ ଦ୍ୱୀପ ପ୍ରଜ୍ୱଳନ କରାଯାଇଛି। ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତୀଙ୍କ ନେତୃତ୍ୱରେ ଏହି ପୂଜା ଅର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର,ମୀନା ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରୀକା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ବରିଷ୍ଠ ନେତା ପ୍ରମୋଦ ପଟ୍ଟନାୟକ, ଭରତ ଚନ୍ଦ୍ର ପାତ୍ର,ରକ୍ଷାକର ସାହୁ,ତପନ କୁମାର ପାଣି,ସଦର ବ୍ଲକ ବିଜେଡି ସଭାପତି ଚକ୍ରଧର ପରିଡା, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ପୂର୍ବତନ ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ,ଦେବୁ ପଟ୍ଟନାୟକ, କାଉନସିଲର ଶରତ କୁମାର ସାହୁ, ଦୟାନିଧି ପାତ୍ର, ଦମୟନ୍ତୀ ଦାସ, କେକି କାକଳି କୁମୁରା, ଭଗବାନ ନାଏକ, ପୂର୍ବତନ କାଉନସିଲର ପରେଶ ପ୍ରଧାନ, ପରେଶ ସାହୁ, ବାସୁଦେବ ଜେନା, ଟିକିନା ବ୍ରହ୍ମ, ମୁନା ପାଣି, ଜ୍ଞାନରଞ୍ଜନ ପତି, ଗଦାଧର ପଟ୍ଟନାୟକ, ପୁରୁଷୋତମ ପାତ୍ର, କ୍ଷୀରୋଦ ପରିଡା, ରଞ୍ଜନ ବେହେରା, ବିଘ୍ନରାଜ ସାହୁ, ବୁବୁ ସିନ୍ହା, ବାବି ପଟ୍ଟ ନାଏକ୍, ସୁନିଲ ବାରିକ, ଶିବା ମୁଖି,ତାପସ ଦେହୁରୀ, ମହିଳା ନେତ୍ରୀ ପୂନମ କୁମାରୀ, ରୁନୁ, ଗୀତାଞ୍ଜଳି ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA