ଜୟପୁର, ୨୨ ଜୁନ (ହି.ସ.)-
ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ଜୟପୁର ବିଜେଡି । ଆଜି ପ୍ରଭୁ ଜଗନ୍ନାଥ ମନ୍ଦିରରେ ଓ ଅଧିଷ୍ଟାତ୍ରି ମା ଭଗବତୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିଥିବାରୁ ଆଶୁ ଆରୋଗ୍ୟ ହୋଇ ଓଡିଶା ଫେରି ବିଜେଡିକୁ ସମ୍ଭାଳିବାକୁ ଭଗବାନଙ୍କ ଠାରେ ପାର୍ଥନା କରିଥିଲେ । ପୌର ଉପାଧ୍ୟକ୍ଷ ବି ସୁନିତା, ନଗର ସଭାପତି ହର ମିଶ୍ର, କାଉନସିଲର ବି.ବିଷ୍ଣୁ ବଦ୍ଧନ ରେଡ୍ଡୀ, ପଦ୍ମା ରେଡ୍ଡି, ପାର୍ଥ ସାରର୍ଥି ମଲ୍ଲିକ, ଅଜିତ ବେହେରା, ଦେବେନ୍ଦ୍ର ଚୈଧୁରି, ଲକ୍ଷ୍ମୀ ନାରାୟଣ, ସୁଷୁମା ମହାପାତ୍ର, ଅନିତା ରୟ, ଭଦ୍ରା ବେଣି, ବିଜେଡିର ଗୁପ୍ତେଶ୍ୱର ପାଣିଗ୍ରାହୀ, ରଘୁ ଦାଶ ତ୍ରିପାଠି, ବିକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି