ଜାମଗାଁ ହାଇସ୍କୁଲର ପ୍ରାଚୀର ପତ୍ର ଉଦ୍‌ଘାଟିତ
ବଲାଙ୍ଗିର, ୨୨ ଜୁନ୍ (ହି.ସ.)- ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ର “ଆମ ଲେଖା ଆମ ଚିତ୍ର” ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଏସ୍‌ଏମ୍‌ସି ସଭ୍ୟ ପୁରୁଷୋତ୍ତମ ଗୁରହାଣ୍ଡିଙ୍କ ସ୍ୱହସ୍ତରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର
ଜାମଗାଁ ହାଇସ୍କୁଲ ର ପ୍ରାଚୀର ପତ୍ର ଉଦ୍‌ଘାଟିତ


ବଲାଙ୍ଗିର, ୨୨ ଜୁନ୍ (ହି.ସ.)-

ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ର “ଆମ ଲେଖା ଆମ ଚିତ୍ର” ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଏସ୍‌ଏମ୍‌ସି ସଭ୍ୟ ପୁରୁଷୋତ୍ତମ ଗୁରହାଣ୍ଡିଙ୍କ ସ୍ୱହସ୍ତରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହଯୋଗ ରେ ପ୍ରସ୍ତୁତ ହୋଇଥିବା ଏହି ପ୍ରାଚୀର ପତ୍ର ଆଧ୍ୟାତ୍ମିକ, ସାହିତ୍ୟ, ସଂସ୍କୃତି ତଥା ନୈତିକତା ତଥ୍ୟ ଉପରେ ପର୍ଯ୍ୟବେଶିତ ।

ଏହି ଶୁଭ ମୁହୁର୍ତ୍ତରେ ଶିକ୍ଷୟତ୍ର ନମିତା ପାଣିଗ୍ରାହୀ, ରଞ୍ଜିତା ରଣା, ଶିକ୍ଷକ ଶିବ ଶଙ୍କର ପାଣିଗ୍ରାହି, ମହେଶ୍ୱର ଝାଙ୍କର ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । କୋମଳମତି ଛାତ୍ର ଛାତ୍ରୀଙ୍କ ମନରେ ଭାଷା, ସାହିତ୍ୟ, ଚିତ୍ର ପ୍ରତି ସୃଜନାତ୍ମକ ମନୋଭାବ ଜାଗ୍ରତ କରିବା କ୍ଷେତ୍ରରେ ଏହି ପ୍ରାଚୀର ପତ୍ରର ଦିଗନ୍ତ ପ୍ରସାରି ଭୂମିକା ରହିଛି ବୋଲି ଶିକ୍ଷକ ମହଲରୁ ମତ ପ୍ରକାଶ ପାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande