ରଥଯାତ୍ରାରେ ଶୁଖିଲା ଖାଦ୍ୟ ଓ ପାଣି ବଂଟନ ପାଇଁ ବୈଠକ
ପୁରୀ, ୨୨ ଜୁନ୍‌(ହି.ସ.) – ପୁରୀଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ମଙ୍ଗଳ ମଣ୍ଡପ ଅବକାଶ ଲେନ ପକ୍ଷରୁ ରବିବାର ପୂର୍ବାହ୍ନରେ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ରଥଯାତ୍ରାରେ ଶୁଖିଲା ଖାଦ୍ୟ, ପାଣି ବଂଟନ ଓ ପ୍ରାଥମିକ ଚିକିତ୍ସା ପାଇଁ
ରଥଯାତ୍ରାରେ ଶୁଖିଲା ଖାଦ୍ଯ ଓ ପାଣି ବଣ୍ଟନ ପାଇଁ ବୈଠକ


ପୁରୀ, ୨୨ ଜୁନ୍‌(ହି.ସ.) – ପୁରୀଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ମଙ୍ଗଳ ମଣ୍ଡପ ଅବକାଶ ଲେନ ପକ୍ଷରୁ ରବିବାର ପୂର୍ବାହ୍ନରେ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ରଥଯାତ୍ରାରେ ଶୁଖିଲା ଖାଦ୍ୟ, ପାଣି ବଂଟନ ଓ ପ୍ରାଥମିକ ଚିକିତ୍ସା ପାଇଁ ଆଲୋଚନା ଓ ନିଷ୍ପତି ହୋଇଥିଲା। ସୁରକ୍ଷା ମଂଚର ସଭାପତି ରବିନାରାୟଣ ପ୍ରହରାଜ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ କୃର୍ତିବାସ କାମଲା ବରିଷ୍ଠ ନାଗରିକମାନଙ୍କ ଅଭାବ ଅସୁବିଧା ଓ ଅଧିକାର ସଂପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକାରୀ କମିଟିର ସହ ସମ୍ପାଦକ ଗୋପୀନାଥ ମହାନ୍ତି, ଯୋଜନ ସମନ୍ୱୟ କମିଟିର ଅଧ୍ୟକ୍ଷ ଡଃ ମନୋଜ କୁମାର ସାମନ୍ତରାୟ, ଉପାଧ୍ୟକ୍ଷ ଜଗତବନ୍ଧୁ ପଟ୍ଟନାୟକ, ବିଭୂତି ଭୂଷଣ ପଟ୍ଟନାୟକ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ପରାମର୍ଶଦାତା ଭୀମସେନ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ କମିଟିର ସଭ୍ୟ ସଂଗ୍ରାମ କେଶରୀ ମିଶ୍ର, ସୁଧାକର ପ୍ରଧାନ, ରାଜକିଶୋର ସାସମଲ ପ୍ରମୁଖ ଯୋଗଦେଇ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ସେବା କାର୍ଯ୍ୟକୁ କିପରି ଆଗେଇନେବେ ସେ ସମ୍ପର୍କିତ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲାର ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande