ତେହରାନ ଓ ତେଲଅଭିବରେ ମିସାଇଲ୍ ଆଟାକ୍, ଇରାନରେ ଆକ୍ରମଣ କରି ଫେରିଲା ଆମେରିକୀୟ ଯୁଦ୍ଧ ବିମାନ
ତେହରାନ, 23 ଜୁନ୍ (ହି.ସ.)- ଆମେରିକାର ଯୁଦ୍ଧ ବିମାନଗୁଡ଼ିକ ଇରାନରେ ଆକ୍ରମଣ ସଫଳ କରି ସୁରକ୍ଷିତ ଭାବେ ଫେରି ଯାଇଛି। ଏହା ମଧ୍ୟରେ, ଆଜି ସକାଳେ ଇସ୍ରାଏଲ୍ ଓ ତେହରାନ୍ ପରସ୍ପରର ଭୂମି ଉପରେ ମିସାଇଲ୍ ଆକ୍ରମଣ କରିଛନ୍ତି। ଇରାନ ତେହରାନରେ ଆକାଶ ସୁରକ୍ଷା ବ୍ୟବସ୍ଥା କଡାକଡି
ତେହରାନ ଓ ତେଲଅଭିବରେ     ମିସାଇଲ୍ ଆଟାକ୍, ଇରାନରେ ଆକ୍ରମଣ କରି ଫେରିଲା ଆମେରିକୀୟ ଯୁଦ୍ଧ ବିମାନ


ତେହରାନ, 23 ଜୁନ୍ (ହି.ସ.)- ଆମେରିକାର ଯୁଦ୍ଧ

ବିମାନଗୁଡ଼ିକ ଇରାନରେ ଆକ୍ରମଣ ସଫଳ କରି ସୁରକ୍ଷିତ ଭାବେ ଫେରି ଯାଇଛି। ଏହା ମଧ୍ୟରେ,

ଆଜି ସକାଳେ ଇସ୍ରାଏଲ୍ ଓ ତେହରାନ୍ ପରସ୍ପରର ଭୂମି

ଉପରେ ମିସାଇଲ୍ ଆକ୍ରମଣ କରିଛନ୍ତି। ଇରାନ ତେହରାନରେ ଆକାଶ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି।

ଇସ୍ରାଏଲରେ ମିସାଇଲ୍ ଆକ୍ରମଣ ପୂର୍ବରୁ ସାଇରନ୍ ବାଜିଯିବାରୁ ଲୋକେ ଘର ଛାଡ଼ି ସୁରକ୍ଷିତ ଆଶ୍ରୟ

ସ୍ଥଳକୁ ଚାଲିଯାଇଥିଲେ। ଖବର ମିଳିଛି ଯେ ମଧ୍ୟ ପୂର୍ବ ଜନିତ ସଂକଟ ସମ୍ପର୍କରେ ଆମେରିକା

ବ୍ରିଟେନ୍ ସହିତ ଆଲୋଚନା କରିଛି।

ଆମେରିକୀୟ ନ୍ୟୁଜ ଚ୍ୟାନେଲ୍

ସିଏନଏନ୍ ର ଖବର ଅନୁସାରେ, ଅର୍ଦ୍ଧ-ଅଧିକାରିକ

ଇରାନୀ ମିଡିଆ ଆଉଟଲେଟ୍ ମେହର ନ୍ୟୁଜ୍‌ ଏଜେନ୍ସି କହିଛି ଯେ ଇରାନ୍ ସୋମବାର ସକାଳେ ରାଜଧାନୀ

ତେହରାନ୍ ଉପରେ ପୁନଃ ଆକାଶ ସୁରକ୍ଷା ସକ୍ରିୟ କରିଛି। ଏହାର କିଛି ସମୟ ପୂର୍ବରୁ ଇରାନ୍,

ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ କରିଥିଲା ,

ଯାହାକୁ ଇସ୍ରାଏଲର ଆକାଶ ସୁରକ୍ଷା ବ୍ୟବସ୍ଥା ରୋକିବାରେ

ସଫଳ ହୋଇଥିଲା । ଇସ୍ରାଏଲୀ ସେନା କହିଛି ଯେ, ଇରାନ୍ ଇସ୍ରାଏଲ୍ ଉପରେ ମିସାଇଲ୍‌ ମାଡ କରିଛି।

ବ୍ରିଟିଶ୍ ପ୍ରଧାନମନ୍ତ୍ରୀ

କିର୍ ଷ୍ଟାର୍ମରଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ କହିଛି ଯେ ରବିବାର ଦିନ ଡୋନାଲ୍ଡ୍ ଟ୍ରମ୍ପ

ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ସହିତ ମଧ୍ୟ ପୂର୍ବ ସଂକଟ ସମ୍ପର୍କରେ କଥାହେବା କରିଛନ୍ତି। ଡାଉନିଂ ଷ୍ଟ୍ରିଟର

ଏକ ବିବୃତିରେ କୁହାଯାଇଛି ଯେ, ଉଭୟ ନେତା ମଧ୍ୟ ପୂର୍ବର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଓ ଇରାନର ପରମାଣୁ

କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ସୁରକ୍ଷା ପାଇଁ ଗୁରୁତର ବିପଦକୁ ଦୋହରାଇଛନ୍ତି । ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ

ଟ୍ରମ୍ପ ଓ ଷ୍ଟାର୍ମର ଆସନ୍ତା ଦିନଗୁଡିକରେ ଇରାନ ସହ ସଂପର୍କରେ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande