ନେପାଳର ବାମପନ୍ଥୀ ଦଳଗୁଡିକ ମିଳିତ ବିବୃତ୍ତିରେ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିନ୍ଦା
କାଠମାଣ୍ଡୁ 23 ଜୁନ (ହି.ସ)-ନେପାଳର ବାମପନ୍ଥୀ ଦଳଗୁଡିକୁ ଏକ ମିଳିତ ବିବୃତ୍ତିରେ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିନ୍ଦା କରିଛନ୍ତି।ମିଳିତବିବୃତ୍ତିରେ କୁହାଯାଇଛି ଯେ ଆମେରିକୀୟ ସାମ୍ରାଜ୍ୟବାଦୀ ବିଶ୍ୱ ଶାନ୍ତି ଉପରେ ଆକ୍ରମଣ କରିଛି।ମିଳିତ ବିବୃତ୍ତିରେ ଆମେରିକା ସହିତ ଇସ
ନେପାଳର ବାମପନ୍ଥୀ ଦଳଗୁଡିକ ମିଳିତ ବିବୃତ୍ତିରେ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିନ୍ଦା


କାଠମାଣ୍ଡୁ 23 ଜୁନ (ହି.ସ)-ନେପାଳର ବାମପନ୍ଥୀ ଦଳଗୁଡିକୁ ଏକ ମିଳିତ

ବିବୃତ୍ତିରେ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିନ୍ଦା କରିଛନ୍ତି।ମିଳିତବିବୃତ୍ତିରେ କୁହାଯାଇଛି ଯେ ଆମେରିକୀୟ ସାମ୍ରାଜ୍ୟବାଦୀ

ବିଶ୍ୱ ଶାନ୍ତି ଉପରେ ଆକ୍ରମଣ କରିଛି।ମିଳିତ ବିବୃତ୍ତିରେ ଆମେରିକା ସହିତ ଇସ୍ରାଏଲକୁ ମଧ୍ୟ

ନିନ୍ଦା କରାଯାଇଛି।ଏଥିରେ କୁହଯାଇଛି ଯେ ଇସ୍ରାଏଲ ତାର ବିସ୍ତାରବାଦୀ ନିତି ଛାଡିବ ନାହିଁ।ଏହି

ବିବୃତ୍ତିରେ ନେପାଳର ମାଓବାଦୀ ପାର୍ଟୀ ସହିତ ଜାତୀୟ ଜନମୋର୍ଚ୍ଚା ,ନେପାଳ କମ୍ୟୁନିଷ୍ଟ ପାର୍ଟୀ

,ଏକୀକୃତ ସମାଜବାଦୀ ପାର୍ଟୀ,କ୍ରାନ୍ତିକାରୀ କମ୍ୟୁନିଷ୍ଟ ପାର୍ଟୀ ଭଳି ଏକ ଡଜନ ଦଳ ଜାରି

କରିଛନ୍ତି।ବାମପନ୍ଥୀ ଦଳ ନେପାଳ ସରକାରଙ୍କୁ ଆକ୍ରମଣ ବିରୋଧରେ ବିବୃତ୍ତି ଜାରି କରିବାକୁ ଦାବି

କରିଛନ୍ତି। ଏହା ସହିତ ଆମେରିକା ମିଳିତ ରାଷ୍ଟ୍ର ଏବଂ ଆନ୍ତର୍ଜାତୀୟ ସଂସ୍ଥାଗୁଡିକୁ ହସ୍ତକ୍ଷେପ

କରିବାକୁ ଏବଂ ଆମେରିକା ଉପରେ ଚାପ ପକାଇବାକୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande