ମୁମ୍ବାଇ, 23 ଜୁନ୍ (ହି.ସ.)- ଭାରତୀୟ ପାଣିପାଗ
ବିଭାଗ ଓ ଭାରତୀୟ ଜାତୀୟ ସାଗର ସୂଚନା ସେବାସୋମବାର ଦିନ କୋଙ୍କଣ ଉପକୂଳ ଅଞ୍ଚଳ ପାଇଁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରରେ ଉଚ୍ଚ ଲହଡି
ବଢ଼ିପାରେ ବୋଲି ଆଲର୍ଟ ଜାରି କରିଛି ଏବଂ ଛୋଟ ନୌକାମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ
ଦେଇଛି। ରାଜ୍ୟର ରାୟଗଡ଼, ରତ୍ନାଗିରି,
ସିନ୍ଧୁଦୁର୍ଗ ଜିଲ୍ଲା ସହିତ ପୁଣେ ଘାଟ ଓ ସାତାରା ଘାଟ
ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ପାଇଁ ଅରେଞ୍ଜ୍ ଆଲର୍ଟ ଘୋଷଣା କରାଯାଇଛି। ବନ୍ୟା ପ୍ରଭାବିତ
ଅଞ୍ଚଳରେ ବର୍ଷା କମିଥିବାରୁ ବନ୍ୟା ପରିସ୍ଥିତି ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ଅଛି।
ଠାଣେ ଜିଲ୍ଲାରେ ବନ୍ୟା
ପାଣିରେ ଭାସିଯାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଅନ୍ୟ ଜଣେ ବ୍ୟକ୍ତି ନଦୀରେ ବୁଡିଯିବାରୁ ପ୍ରାଣ ହାରାଇଛନ୍ତି। ରାଜ୍ୟ ଆପାତକାଳୀନ
ପରିଚାଳନା କେନ୍ଦ୍ର ଜଣାଇଛି ଯେ, ପୁଣେ ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତି ନଦୀରେ ଭାସିଯିବାରୁ ମୃତ୍ୟୁବରଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା