ଦିଲ୍ଲୀରେ ଜୁଲାଇ 4-6 ଯାଏ ଆରଏସଏସର ପ୍ରାନ୍ତ ପ୍ରଚାରକ ବୈଠକ
ନୂଆଦିଲ୍ଲୀ, 23 ଜୁନ୍ (ହି.ସ.)- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବାର୍ଷିକ ପ୍ରାନ୍ତ ପ୍ରଚାରକ ବୈଠକ ୪ରୁ ୬ ଜୁଲାଇ ପର୍ଯ୍ୟନ୍ତ ଦିଲ୍ଲୀର କେଶବକୁଞ୍ଜ ସଂଘ କାର୍ଯ୍ୟାଳୟରେ ଆୟୋଜିତ ହେବ। ବୈଠକରେ ସମଗ୍ର ଦେଶର ସଂଘ ପଦାଧିକାରୀ ପ୍ରଶିକ୍ଷଣ ବର୍ଗର ସମୀକ୍ଷା ଏବଂ ଆଗାମୀ ଶତାବ୍ଦ
ଦିଲ୍ଲୀରେ ଜୁଲାଇ 4-6 ଯାଏ     ଆରଏସଏସର ପ୍ରାନ୍ତ ପ୍ରଚାରକ ବୈଠକ


ନୂଆଦିଲ୍ଲୀ, 23 ଜୁନ୍ (ହି.ସ.)- ରାଷ୍ଟ୍ରୀୟ ସ୍ଵୟଂସେବକ

ସଂଘର ବାର୍ଷିକ ପ୍ରାନ୍ତ ପ୍ରଚାରକ ବୈଠକ ୪ରୁ ୬ ଜୁଲାଇ ପର୍ଯ୍ୟନ୍ତ ଦିଲ୍ଲୀର କେଶବକୁଞ୍ଜ ସଂଘ

କାର୍ଯ୍ୟାଳୟରେ ଆୟୋଜିତ ହେବ। ବୈଠକରେ ସମଗ୍ର ଦେଶର ସଂଘ ପଦାଧିକାରୀ ପ୍ରଶିକ୍ଷଣ ବର୍ଗର

ସମୀକ୍ଷା ଏବଂ ଆଗାମୀ ଶତାବ୍ଦୀ ବର୍ଷର ଯୋଜନାଗୁଡ଼ିକ ଉପରେ ଚର୍ଚ୍ଚା କରାଯିବ। ବୈଠକରେ ୨୦୨୫-୨୬

ବର୍ଷ ପାଇଁ ସରସଂଘଚାଳକଙ୍କ ପ୍ରବାସ ଯୋଜନା, ଶତାବ୍ଦୀ ବର୍ଷ ସମ୍ବନ୍ଧୀୟ କାର୍ଯ୍ୟକଳାପର କ୍ରିୟାନ୍ବୟନ ଓ ନିକଟର ପ୍ରଶିକ୍ଷଣ ଗୁଡ଼ିକର

ସମୀକ୍ଷା କରାଯିବ।

ସଂଘର ଅଖିଲ ଭାରତୀୟ ପ୍ରଚାର

ପ୍ରମୁଖ ସୁନୀଲ ଆମ୍ବେକରଙ୍କ ଅନୁସାରେ, ଏହି ଅଖିଳ ଭାରତୀୟ ବୈଠକ ୪ ରୁ ୬ ଜୁଲାଇ ପର୍ଯ୍ୟନ୍ତ ଦିଲ୍ଲୀର କେଶବକୁଞ୍ଜରେ ହେବ। ଏଥିରେ

ସଂଘର ୧୧ଟି କ୍ଷେତ୍ରର କ୍ଷେତ୍ର ପ୍ରଚାରକ ଓ ସହ କ୍ଷେତ୍ର ପ୍ରଚାରକ,

ଏବଂ ୪୬ଟି ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଓ ସହ

ପ୍ରାନ୍ତ ପ୍ରଚାରକ ଅଂଶଗ୍ରହଣ କରିବେ। ସଂଘ ପ୍ରେରିତ ବିବିଧ ସଂଗଠନର ଅଖିଳ ଭାରତୀୟ ସଂଗଠନ

ମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande