ଖାମେନେଇ ପରାମର୍ଶଦାତାଙ୍କ ଚେତାବନୀ, ପରମାଣୁ ଠିକଣା ଉପରେ  ଆକ୍ରମଣରେ ଖେଳ ଶେଷ ହୋଇନି
ତେହରାନ, 23 ଜୁନ୍ (ହି.ସ.) - ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ବରିଷ୍ଠ ପରାମର୍ଶଦାତା ଅଲି ଶମଖାନି ରବିବାର ଦିନ ଏକ କଡା ଚେତାବନୀ ଦେଇ କହିଛନ୍ତି ଯେ, ଆମେରିକା ଦ୍ୱାରା ଇରାନର ପ୍ରମୁଖ ପରମାଣୁ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣ
ଖାମେନେଇ ପରାମର୍ଶଦାତାଙ୍କ     ଚେତାବନୀ, ପରମାଣୁ ଠିକଣା ଉପରେ  ଆକ୍ରମଣରେ ଖେଳ     ଶେଷ ହୋଇନି


ତେହରାନ, 23 ଜୁନ୍ (ହି.ସ.)

- ଇରାନର ସର୍ବୋଚ୍ଚ

ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ବରିଷ୍ଠ ପରାମର୍ଶଦାତା ଅଲି ଶମଖାନି ରବିବାର ଦିନ ଏକ କଡା

ଚେତାବନୀ ଦେଇ କହିଛନ୍ତି ଯେ, ଆମେରିକା ଦ୍ୱାରା ଇରାନର

ପ୍ରମୁଖ ପରମାଣୁ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣ ସତ୍ତ୍ୱେ ଦେଶ ପାଖରେ

ସମୃଦ୍ଧ ୟୁରାନିଅମ ଭଣ୍ଡାର, ସ୍ୱଦେଶୀ ଜ୍ଞାନ ଓ ରାଜନୈତିକ

ଇଚ୍ଛାଶକ୍ତି ସୁରକ୍ଷିତ ଅଛି।

ଶମଖାନି ସୋସିଆଲ୍ ମିଡ଼ିଆ

ପ୍ଲାଟଫର୍ମରେ ଏକ ପୋଷ୍ଟ କରି କହିଛନ୍ତି, “ଯଦି ପରମାଣୁ କେନ୍ଦ୍ରଗୁଡିକୁ

ଧ୍ୱଂସ କରାଯାଏ ମଧ୍ୟ, ତାହା ସହିତ ଖେଳ ଶେଷ ହୁଏନି। ଅସଲ ଶକ୍ତି ଏବେ ମଧ୍ୟ ଆମ

ପାଖରେ ଅଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, “ଏବେ ରାଜନୈତିକ ଓ ରଣନୈତିକକ ସୁପରିଚାଳନା ସେହି ପକ୍ଷ ପାଖରେ ଅଛି, ଯିଏ ବୁଝିବିଚାରି କାମ କରିବ ଓ ଅନ୍ଧାଧୁନିଆ ଆକ୍ରମଣରୁ ବଞ୍ଚିବ। ଆଶ୍ଚର୍ଯ୍ୟଜନକ

ପ୍ରତିକ୍ରିୟା ଜାରି ରହିବ।”

ଶମଖାନିଙ୍କ ଏହି ବୟାନ ଆମେରିକା

ଦ୍ୱାରା ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ବିମାନ ଆକ୍ରମଣର ଜବାବ ଭାବେ ଦେଖାଯାଉଛି।

ଏହି ବୟାନ ଏମିତି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମ ଏସିଆରେ ବିବାଦ ସର୍ବୋଚ୍ଚ ସ୍ତରରେ

ପହଞ୍ଚିଛି ଓ ଅନ୍ତର୍ଜାତୀୟ ସମୁଦାୟ ସଂଘର୍ଷକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande