ଲକ୍ଷ୍ନୌ, 23 ଜୁନ୍ (ହି.ସ.)- ଡ.ଶ୍ୟାମା ପ୍ରସାଦ
ମୁଖାର୍ଜୀଙ୍କୁ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତ୍ତର ପ୍ରଦେଶ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ
କହିଛନ୍ତି ଯେ, ‘ଗୋଟିଏ ଦେଶରେ ଦୁଇଟି ବିଧାନ, ଦୁଇଟି ପ୍ରଧାନ ଓ ଦୁଇଟି ଚିହ୍ନ ଚଳିବ ନାହିଁ’ର
ଉଦଘୋଷ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ
ବଳିଦାନ ଦିବସରେ ତାଙ୍କୁ କୋଟି କୋଟି ପ୍ରଣାମ ।
ଦେଶର ଏକତା ଓ ଅଖଣ୍ଡତାକୁ
ସମର୍ପିତ ତାଙ୍କ ବଳିଦାନ ସମସ୍ତ ଭାରତବାସୀଙ୍କ ପାଇଁ ପ୍ରେରଣାସ୍ରୋତ ଅଟେ ବୋଲି ସେ କହିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା