ରବି ମଣ୍ଡିର ଅବ୍ୟବସ୍ଥା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ କୃଷକ କଲ୍ୟାଣ ମଂଚ
ଜୟପୁର, ୨୪ ଜୁନ୍ (ହି.ସ.) - ରବି ମଣ୍ଡିରେ ଅବ୍ୟବସ୍ଥା ନେଇ କୃଷକ କଲ୍ୟାଣ ମଂଚ କୋରାପୁଟର ଚାଷି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଆଜି ଜିଲା ଯୋଗାଣ ଅଧିକାରାଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ମଂଚ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ କୋଟପାଡ, କୁନ୍ଦୁରାର ଚାଷି ଜିଲା ମୁଖ
ରବି ମଣ୍ଡିର ଅବ୍ୟବସ୍ଥା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ କୃଷକ କଲ୍ୟାଣ ମଞ୍ଚ


ଜୟପୁର, ୨୪ ଜୁନ୍ (ହି.ସ.) - ରବି ମଣ୍ଡିରେ ଅବ୍ୟବସ୍ଥା ନେଇ କୃଷକ କଲ୍ୟାଣ ମଂଚ କୋରାପୁଟର ଚାଷି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଆଜି ଜିଲା ଯୋଗାଣ ଅଧିକାରାଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ମଂଚ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ କୋଟପାଡ, କୁନ୍ଦୁରାର ଚାଷି ଜିଲା ମୁଖ୍ୟ ଯୋଗାଣ ଅଧିକାରି ପ୍ରଦିପ କୁମାର ପଣ୍ଡା ଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ଗତ କାଲି ପଯ୍ୟନ୍ତ ୬ ଲକ୍ଷ ୬୦ ହଜାର କ୍ୱିଂଟାଲ ଧାନ କ୍ରୟ ହୋଇଥିବା ବିଷୟ ବିଭାଗ ସୁଚନା ଦେଇଥିବା ବେଳେ ଚାଷି ଏହାକୁ ଖଣ୍ଡନ କରିଛି । ଚାଷି ଙ୍କ ତଥ୍ୟ ଅନୁଯାଇ ୪ ଲକ୍ଷ କ୍ୱିଂଟାଲ ଠାରୁ କମ ଧାନ କ୍ରୟ ହୋଇଥିବା ମଂଚ ତରଫରୁ ଦାବି କରାଯାଇଛି । ଜିଲାରେ ୯ ଲକ୍ଷ କ୍ୱିଂଟାଲ ଧାନ କ୍ରୟ କରିବାକୁ ଟାର୍ଗେଟ ଥିବା ବେଳେ ୫ ଲକ୍ଷ ୫୦ ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡିଥିବା ମଂଚ ଅଭିଯୋଗ କରିଛି । ଅନ୍ୟପଟେ ମିଲରଙ୍କ ଅଧିକୃତ ଚିଠା ଦିଆନ ଯିବାରୁ ୩ ଦିନ ହେବ ଧାନ କିଣାରେ ବାଧାପ୍ରାପ୍ତ ହୋଇ ଥିବା ଚାଷି ମାନେ ଅଭିଯୋଗ କରିଥିଲେ । ଜିଲା ମୁଖ୍ୟ ଯୋଗାଣ ଅଧିକାରି ପ୍ରଦିପ କୁମାର ପଣ୍ଡା ଶିଘ୍ର ମଣ୍ଡିରୁ ଧାନ କ୍ରୟ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ରବି ମଣ୍ଡି ଆସନ୍ତା ୩୦ ତାରିଖରେ ଶେଷ ହେବ । ଟୋକେନର ଅବଧି ମାତ୍ର ୬ ଦିନ ରହିଛି । ଜିଲାର ଟାର୍ଗେଟ ଠାରୁ ଅଧାବି ଧାନ କ୍ରୟ କରାଯାଇ ନାହିଁ । ସମସ୍ତ ମଣ୍ଡିରେ ଚାଷି ଧାନକୁ ଜଗି ଅପେକ୍ଷା କରି ବସିଛି । ବର୍ଷା ରେ ଧାନ ଭିଜିଲାଣି । କେବେ ପ୍ରଶାସନ ଧାନ କ୍ରୟ କରିବ କେବେ ଟଙ୍କା ମେଳିବ ଚାଷି ଖରିଫ ଫସଲ କରିବ ବୋଲି ଚାଷି ପ୍ରଶ୍ନ କରିଛନ୍ତି । ଏନେଇ ଧାନ ଶିଘ୍ର ନ ଉଠିଲେ ଜାତିୟ ରାଜ ପଥ ଅବରୋଧ କରିବା ସରକାରି କାଯ୍ୟାଳୟ ରେ ତାଲା ପକାଯିବ ବୋଲି ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଚେତାବନି ଦେଇଛନ୍ତି । ଯେଉଁ ଧାନ ବଳକା ରହୁଛି ଧାଯ୍ୟ ସମୟ ଭିତରେ କ୍ରୟ ହୋଇ ପାରିବ ନାହିଁ । ୬ ଦିନ ଭିତରେ ଟାର୍ଗେଟର ଅଧା ଧାନ କିପରି କ୍ରୟ କରାଯିବ ବୋଲି ଚାଷି ପ୍ରଶ୍ନ କରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande