ଚମ୍ପୁଆ, , 24 ଜୁନ୍ (ହି.ସ.) ଝାଡ଼ାବାନ୍ତି ଓ ହଇଜା ର ମୁକାବିଲା ଓ ପ୍ରତିକାର ନିମନ୍ତେ ଚମ୍ପୁଆରେ ପ୍ରଶାସନ ତରଫରୁ ମାରାଥନ ଚଢାଉ ଜାରୀ ରହିଛି। ଆଜି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ବେକରୀ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଫୁଡ ଲାଇସେନ୍ସ ତନଖି କରିଥିଲେ । ଯେଉଁ ମାନଙ୍କର ଫୁଡ ଲାଇସେନ୍ସର ଅବଧି ସରି ଯାଇଥିଲା ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ସହିତ ଅନୁପଯୋଗି ଖାଦ୍ୟ ରଖିଥିବା ହୋଟେଲ ଗୁଡିକରୁ ଜରିମାନା ଆଦାୟ କରାଯାଇଥିଲା । ୩୫ କେଜି ବାସୀ ଖାଦ୍ୟ ଗୁଡିକୁ ନଷ୍ଟ କରାଯିବା ସହ ତିନୋଟି ପାଉଁରୁଟି ବେକରୀ ଓ ନଅ ଟି ହୋଟେଲ ରୁ ପଞ୍ଚଷଠି ହଜାର ଟଙ୍କା ର ଜୋରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ , ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା , ସାନିଟେସନ ଇନଚାର୍ଜ ବିଜୟ କୁମାର ମିଶ୍ର, ଥାନା ଓ ପରିଷଦ ର କର୍ମଚାରୀ ମାନେ ସାମିଲ୍ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta