ବିକାଶ କାର୍ଯ୍ୟ ଠପ, ଧାରଣାରେ ବସିଲେ ବଲାଙ୍ଗୀର ଜିଲା ପରିଷଦ ସଦସ୍ୟ ସଦସ୍ୟାମାନେ
ବଲାଙ୍ଗିର, ୨୪ ଜୁନ୍ (ହି.ସ.)- ବଲାଙ୍ଗିର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲା ପରିଷଦ ସଭାପତି ଦେବକୀ ସାହୁ ଓ ପରିଷଦ ସଦସ୍ୟା, ସଦସ୍ୟମାନେ କହିଛନ୍ତି ଯେ, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ କେବିକେ ବିକାଶ ଯୋଜନାର ଜିଲ
ବିକାଶ କାର୍ଯ୍ୟ ଠପ ଧାରଣା ରେ ବସିଲେ ବଲାଙ୍ଗୀର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ


ବଲାଙ୍ଗିର, ୨୪ ଜୁନ୍ (ହି.ସ.)- ବଲାଙ୍ଗିର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲା ପରିଷଦ ସଭାପତି ଦେବକୀ ସାହୁ ଓ ପରିଷଦ ସଦସ୍ୟା, ସଦସ୍ୟମାନେ କହିଛନ୍ତି ଯେ, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ କେବିକେ ବିକାଶ ଯୋଜନାର ଜିଲା ଅଂଶ ଅନୁଦାନ ଯୋଗାଇ ଦିଆଯାଉନାହିଁ। ଫଳରେ ଜିଲାରେ ବିକାଶ କାମ ଠପ ହୋଇଯାଇଛି। ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ ନ କରିବା, ଜିଲା ପରିଷଦ ବୈଠକ ନ କରିବା ଏବଂ ନିର୍ବାଚିତ ଜିଲା ପରିଷଦ ସଦସ୍ୟା ସଦସ୍ୟଙ୍କୁ ଜିଲା ପ୍ରଶାସନ ଖାତିର ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ପରିଷଦ ସଭାପତି ସାହୁ କହିଛନ୍ତି। ଜିଲା ପରିଷଦ ସଦସ୍ୟସଦସ୍ୟାମାନେ ଧାରଣାରେ ବସିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande