ଜୟପୁର, ୨୪ ଜୁନ୍ (ହି.ସ.)- ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଆଜି ବିଏସଏଫ ସେକ୍ଟର ମୁଖ୍ୟାଳୟ କୋରାପୁଟ ପରିଦର୍ଶନ କରିଥିଲେ। ପ୍ରାୟ ୪ଟା ସମୟରେ ସେଠାରେ ପହଞ୍ଚି ସେ ବିଏସଏଫ ଡ଼ିଆଇଜି ସତ୍ୟବାନ ଖାନଚି, ବିଏସଏଫ ର ଅଧିକାରୀ ଏବଂ ଯବାନମାନଙ୍କ ସହିତ ସାକ୍ଷାତ କରିଥିଲେ। ବିଏସଏଫ ଜବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ସେ କର୍ତ୍ତବ୍ୟ ପାଳନ ସମୟରେ ବିଏସଏଫ ଦ୍ୱାରା କରାଯାଇଥିବା ବଳିଦାନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ବିଏସଏଫ କ୍ୟାମ୍ପସରେ ସହିଦ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ କ୍ରମେ ଏକ ଅଶୋକ ଗଛ ଲଗାଇଥିଲେ। ତା'ପରେ ସେ ବିଏସଏଫ ସୈନିକଙ୍କ ସହିତ ଚା ପିଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୫ ଟାରେ କ୍ୟାମ୍ପସ ଛାଡିବା ପୂର୍ବରୁ ସେମାନଙ୍କ ସହିତ ଫଟୋ ସେସନ୍ ମଧ୍ୟ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି