ବାରଣାସୀ, 24 ଜୁନ୍ (ହି.ସ.)
-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କର ସଂସଦୀୟ ନିର୍ବାଚନ କ୍ଷେତ୍ର ବାରାଣସୀରେ ମଙ୍ଗଳବାର ଦିନ କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହଙ୍କର ଅଧ୍ୟକ୍ଷତାରେ ମଧ୍ୟ କ୍ଷେତ୍ରୀୟ ପରିଷଦର 25ତମ ବୈଠକ କିଛି ସମୟରେ ଆରମ୍ଭ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ
ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ
ସହ ବହୁତ ଅନ୍ୟାନ୍ୟ ଅଧିକାରୀମାନେ ଭାଗ ନେବେ। ବୈଠକରେ ଅଂଶଗ୍ରହଣ ପାଇଁ କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ଓ ଚାରିଜଣ ମୁଖ୍ୟମନ୍ତ୍ରୀ ସୋମବାର ସଂଧ୍ୟାରେ ବାରାଣସୀରେ ପହଞ୍ଚିଛନ୍ତି।
ଆଜି ପୂର୍ବାହ୍ନ 11ଟାରେ ତାଜ୍
ହୋଟେଲରେ ଏହି ବୈଠକ ଆରମ୍ଭ ହେବ। ବୈଠକରେ ସାମାଜିକ ବିକାଶ, ପରିବହନ ଓ ସୀମା ସମ୍ବନ୍ଧୀୟ ବିବାଦ, ଆଇନ-ଶୃଙ୍ଖଳା, ପରିବେଶ ଓ ଅଳ୍ପସଂଖ୍ୟକ
ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଉପରେ ଆଲୋଚନା ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା