୨୬ରେ ଜଗତସିଂହପୁରର ବିସ୍ଥାପିତ ଜନତାଙ୍କୁ ଭେଟିବ କଂଗ୍ରେସର ଅନୁଧ୍ୟାନ କମିଟି
ଭୁବନେଶ୍ୱର, ୨୪ ଜୁନ୍ (ହି.ସ) - ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନିର୍ମାଣ ହେଉଥିବା ପ୍ରକଳ୍ପ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ଜନସାଧାରଣଙ୍କ ଜଳ, ଜଙ୍ଗଲ, ଜମି ଉପରୁ ଅଧିକାର ହରାଉଛନ୍ତି। ଜଳବାୟୁ ପରିବର୍ତନ ଯୋଗୁଁ ସ୍ଥାନୀୟ ଅଧିବାସୀ ସେମାନଙ୍କ ଜୀବନ ଜିବୀକା ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଦେ
୨୬ରେ ଜଗତସିଂହପୁରର ବିସ୍ଥାପିତ ଜନତାଙ୍କୁ ଭେଟିବ କଂଗ୍ରେସର ଅନୁଧ୍ୟାନ କମିଟି


ଭୁବନେଶ୍ୱର, ୨୪ ଜୁନ୍ (ହି.ସ) - ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନିର୍ମାଣ ହେଉଥିବା ପ୍ରକଳ୍ପ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ଜନସାଧାରଣଙ୍କ ଜଳ, ଜଙ୍ଗଲ, ଜମି ଉପରୁ ଅଧିକାର ହରାଉଛନ୍ତି। ଜଳବାୟୁ ପରିବର୍ତନ

ଯୋଗୁଁ ସ୍ଥାନୀୟ ଅଧିବାସୀ ସେମାନଙ୍କ ଜୀବନ ଜିବୀକା ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ବିଧାୟକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟି ଆସନ୍ତା ୨୬ ତାରିଖରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ପଂଚାୟତ ସମେତ ୪ ନଂ ଜୋନର ଅନ୍ୟାନ୍ୟ ପଂଚାୟତ ଅଂଚଳରେ ବିସ୍ଥାପିତ ଜନତାଙ୍କୁ ଭେଟି ସେମାନଙ୍କର ସମସ୍ୟାକୁ ଅନୁଧ୍ୟାନ କରିବ ଓ ଜିଲ୍ଳା ପ୍ରଶାସକଙ୍କ ସହ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରି ସବିଶେଷ ତଥ୍ୟ ପିସିସି କାର୍ଯ୍ୟାଳୟରେ ଦାଖଲ କରିବେ। ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି।

ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟିରେ ବିଧାୟକ ଅଶୋକ କୁମାର ଦାସ ଅଧ୍ୟକ୍ଷ ରହିଥିବା ବେଳେ ସୁଧାଂଶୁ ଶେଖର ଦେଓ ଆବାହକ, ବିଧାୟକ ସାଗର ଚରଣ ଦାସ ଓ ସତ୍ୟଜିତ ଗମାଙ୍ଗୋ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ମାନସ ମଲ୍ଲିକ , ପିନାକୀ ନାରାୟଣ ଦାସ ଏବଂ ମାଗୁଣି ଜେନା ପ୍ରମୁଖ ସଦସ୍ୟ ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande