ଭୁବନେଶ୍ୱର, ୨୪ ଜୁନ୍ (ହି.ସ) - ଜୁନ ୧୨ ତାରିଖରୁ ୩୧୯ଟି ବିକାଶ ବାହନ ରାଜ୍ୟର ସମସ୍ତ ବ୍ଲକ ଓ ମହାନଗର ନିଗମରେ ପ୍ରାୟ ୧.୫ ଲକ୍ଷ କିମି ଯାତ୍ରାକରି ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା ବାର୍ତା ଓ ଅନେକ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଯୋଜନାର ଲାଭ ପହଂଚାଇପାରିଛି ବୋଲି ପଂଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ପ୍ରକାଶ କରିଛନ୍ତି ।
ଏହି ବିକାଶ ବାହନ ଗୁଡିକ ରାଜ୍ୟର ସମସ୍ତ ୩୧୪ ବ୍ଲକ, ୧୧୫ ଟି ବିଜ୍ଞାପିତ ଅଂଚଳ ପରିଷଦ ଓ ୫ ଟି ମହାନଗର ନିଗମରେ ଲୋକଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଓ ବିକାଶର ବାର୍ତା ପହଂଚାଇଛନ୍ତି। ଏହି ସୂଚନା- ଶିକ୍ଷା- ସଂଚାର ଆଧାରିତ ବିକାଶ ବାହନ ଗୁଡ଼ିକ ଦ୍ୱାରା ୧୦ ଦିନ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅନ୍ତର୍ଗତ ଯୋଜନା ଗୁଡ଼ିକର ସୁଫଳ ଲୋକଙ୍କ ନିକଟରେ ସିଧା ସଳଖ ଭାବରେ ପହଂଚାଯାଇଥିଲା। ଏହା ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୪୫, ୯୩୩ କାର୍ଯ୍ୟାଦେଶ ବଂଟନ, ୮୯୧୯୩ ଏମ୍ ଜିଏନ୍ଆର୍ ଇଜିଏ ଜବ୍ କାର୍ଡ ବଂଟନ, ୪୭,୩୪୨ ରାସନ୍ କାର୍ଡ, ସିଏମ୍- କିଷାନରେ ୧, ୩୨, ୯୩୩ ଓ ପିଏମ୍- କିଷାନ ଅଧିନରେ ୯୯,୬୭୭ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସମୟ ମଧ୍ୟରେ ଏବିପିଏମ୍ ଜେଏୱାଇ ବୟ ବନ୍ଦନା ଯୋଜନା ଅଧୀନରେ ୧,୪୯,୩୪୩ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୩,୦୩୮ ଟି ବ୍ୟକ୍ତିଗତ ପଟ୍ଟା ଓ ୨୨୮୫ଟି ଗୋଷ୍ଠି ପଟ୍ଟା କରାଯାଇ ପାରିଛି। ଏକ୍ ପେଡ୍ ମାଁ କେ ନାମ୍ ରେ ୨,୮୩,୪୦୯ ଟି ଚାରା ରୋପଣ କରାଯାଇଛି । ୫୯,୬୯୭ ନୂତନ ହିତାଧିକାରୀଙ୍କୁ ଭତା ଦିଆଯାଇଛି । ବିକାଶ ବାହନ ଗୁଡ଼ିକ ମାଧ୍ୟମରେ ୨୦୯୯୮ଟି ନୂତନ ଜନଧନ୍ ଆକାଉଂଟ ଖୋଲାଯାଇଛି , ୫୧୧୧୩ ହିତାଧିକାରୀଙ୍କ ନୂତନ ଆଧାର୍ କାର୍ଡ ପଞ୍ଜୀକରଣ କରାଯାଇଛି । ଲେବର୍ କାର୍ଡରେ ୨୬,୮୯୭ ନୂତନ ହିତାଧିକାରୀ, କିସାନ୍ କ୍ରେଡିଟ୍ କାର୍ଡରେ ୨୭,୧୯୪ ନୂତନ ହିତାଧିକାରୀ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ୧୭,୦୬୬ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛି।
ଏହି ବିକାଶ ବାହନ ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀ ଏବଂ ସମ୍ଭାବ୍ୟ ହିତାଧିକାରୀଙ୍କ ସହିତ ଆଲୋଚନା, ମତାମତ ସଂଗ୍ରହ ଏବଂ ଅଭିଯୋଗ ସଂଗ୍ରହ ସହିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପ୍ରଚେଷ୍ଟା କରାଯାଇଥିଲା । ଏହା ସହ ବିକାଶ ବାହନ ଯୋଗେ ଡାଏରିଆଜନିତ ସଚେତନତା ବାର୍ତା ମଧ୍ୟ ସମସ୍ତ ପଂଜାୟତକୁ ପହଂଚା ଯାଇ ପାରିଥିଲା ।ସମସ୍ତ ବିକାଶ ବାହନର ଗତିପଥ ଓ କାର୍ଯ୍ୟ ଉପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମୁଖ୍ୟାଳୟରୁ ଦୃଷ୍ଟି ରଖାଯାଇଥିଲା ।ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହ ସରକାରୀ ସେବା ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବାର ସଂକଳ୍ପ ଓ ବିକାଶର ବାର୍ତା ବିକାଶ ବାହନ ସୁଶାସନର ଏକ ଅଭିନବ ପ୍ରୟାସ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା