ଆଜି ପାଟଣାରେ ଶକ୍ତି କ୍ଷେତ୍ରୀୟ ସମ୍ମିଳନୀ
ପାଟଣା, 24 ଜୁନ୍ (ହି.ସ.) - ବିହାରର ରାଜଧାନୀ ପାଟଣାରେ ଥିବା ତାଜ୍‌ ହୋଟେଲରେ ଆଜି ହେବାକୁ ଯାଉଥିବା ଶକ୍ତି କ୍ଷେତ୍ରୀୟ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଏହି ସମ୍ମିଳନୀରେ ପୂର୍ବ ଭାରତର ରାଜ୍ୟମାନେ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ଶକ୍ତି ମନ୍ତ୍ରୀମା
ଆଜି ପାଟଣାରେ ଶକ୍ତି କ୍ଷେତ୍ରୀୟ ସମ୍ମିଳନୀ


ପାଟଣା, 24 ଜୁନ୍ (ହି.ସ.)

- ବିହାରର ରାଜଧାନୀ ପାଟଣାରେ ଥିବା ତାଜ୍‌ ହୋଟେଲରେ ଆଜି ହେବାକୁ ଯାଉଥିବା ଶକ୍ତି

କ୍ଷେତ୍ରୀୟ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଏହି ସମ୍ମିଳନୀରେ ପୂର୍ବ

ଭାରତର ରାଜ୍ୟମାନେ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ଶକ୍ତି ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ।

କାର୍ଯ୍ୟକ୍ରମର ଅଧ୍ୟକ୍ଷତା କେନ୍ଦ୍ରୀୟ ଶକ୍ତି ମନ୍ତ୍ରୀ ମନୋହର ଲାଲ କରିବେ।

ଏହି ସମ୍ମିଳନୀରେ ବିହାର, ଝାରଖଣ୍ଡ, ଓଡ଼ିଶା, ପଶ୍ଚିମ ବଙ୍ଗ ଓ କେନ୍ଦ୍ରଶାସିତ ପ୍ରଦେଶ

ଅଣ୍ଡମାନ-ନିକୋବରର ଶକ୍ତି ମନ୍ତ୍ରୀମାନେ ଅଂଶ ନେବେ। ବିହାର ତରଫରୁ ଶକ୍ତି ମନ୍ତ୍ରୀ ବିଜେନ୍ଦ୍ର

ପ୍ରସାଦ ଯାଦବ ଏଥିରେ ପ୍ରତିନିଧିତ୍ୱ କରିବେ।

ପ୍ରଥମେ ଏହି ସମ୍ମିଳନୀ 17 ଜୁନକୁ ହେବାକୁ ଥିଲା, କିନ୍ତୁ ପ୍ରଶାସନିକ କାରଣରୁ ଏହାକୁ 24 ଜୁନକୁ ପୁନଃନିର୍ଦ୍ଧାରିତ କରାଯାଇଛି। ଶକ୍ତି ସଚିବ

ମନୋଜ କୁମାର ସିଂହ କହିଛନ୍ତି ଯେ,

ଏହି ସମ୍ମିଳନୀରେ ଶକ୍ତି

କ୍ଷେତ୍ର ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ

ରଣନୀତିମୂଳକ ବିଷୟରେ ଆଲୋଚନା ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande