ରିୟାଦ/ଦୋହା, 24 ଜୁନ୍ (ହି.ସ.)- ସାଉଦି ଆରବ
କତାରରେ ଅବସ୍ଥିତ ଅଲ-ଉଦିଦ୍ ସେନା ଘାଟି ଉପରେ ଇରାନ ଦ୍ୱାରା କରାଯାଇଥିବା ମିସାଇଲ୍ ଆକ୍ରମଣକୁ
କଡା ଶବ୍ଦରେ ନିନ୍ଦା କରିଛି। ସାଉଦି ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଏକ
ଆଧିକାରିକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଓ ସୁସମ୍ବନ୍ଧିତ ପଡ଼ୋଶୀ ସମ୍ପର୍କର ସିଦ୍ଧାନ୍ତର ଘୋର
ଉଲ୍ଲଂଘନ। ବିବୃତ୍ତିରେ କୁହାଯାଇଛି “ରାଜ୍ୟ ଇରାନର ଏହି ପ୍ରତିଶୋଧାତ୍ମକ ଆକ୍ରମଣକୁ ଘୋର ନିନ୍ଦା କରେ ଓ ଏହାକୁ ଅନ୍ତର୍ଜାତୀୟ
ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି ମାନେ। ଏହି ଆକ୍ରମଣ ଏହି ଅଞ୍ଚଳର ଶାନ୍ତି ଓ ସ୍ଥିରତା ପାଇଁ ଗମ୍ଭୀର
ବିପଦ ଅଟେ ।
ସାଉଦି ଆରବ ଏହା ମଧ୍ୟ
ସ୍ପଷ୍ଟ କରିଛି ଯେ ସେ କତାର ସହ ସମ୍ପୂର୍ଣ୍ଣ ଏକଜୁଟ ଭାବେ ରହିଛି ଓ “ଭାଇଚାରାର ଭାବନା ଅନୁଯାୟୀ କତାର ଦ୍ୱାରା ଗ୍ରହଣ କରାଯିବା ପ୍ରତ୍ୟେକ ପଦକ୍ଷେପରେ
ସେ ସମ୍ପୂର୍ଣ୍ଣ ସମର୍ଥନ ଦେବ।”
ସାଉଦି ଆରବର ଏହି ବିବୃତ୍ତି
ଏପରି ଏକ ସମୟରେ ଆସିଛି, ଯେତେବେଳେ ଇରାନ
ଆମେରିକୀୟ ପରମାଣୁ ଠିକାଣାଗୁଡ଼ିକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣର ପ୍ରତିଶୋଧ ରୂପେ କତାର
ଅବସ୍ଥିତ ଆମେରିକୀୟ ବେସ୍ ଉପରେ ମିସାଇଲ୍ ମାଡ କରିଥିଲା। ଏହି ମିସାଇଲ ଗୁଡ଼ିକୁ କତାରର ବାୟୁ
ସୁରକ୍ଷା ବ୍ୟବସ୍ଥା ଦ୍ୱାରା ରୋକି
ଦିଆଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା