ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ସମ୍ପର୍କିତ ବୈଠକରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଏକ୍ସରେ ସୂଚନା ଦେଇ ଲେଖିଛନ୍ତି ଓଡ଼ିଶାରେ ରାଉରକେଲା ଇସ୍ପାତ୍ କାର
ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ସମ୍ପର୍କିତ ବୈଠକରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଏକ୍ସରେ ସୂଚନା ଦେଇ ଲେଖିଛନ୍ତି ଓଡ଼ିଶାରେ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଏକ ବୈଠକରେ ଯୋଗଦେଲି।

ଭାରତର ଇସ୍ପାତ୍ କ୍ଷେତ୍ର ଏବଂ ପୂର୍ବ ଭାରତ ବିଶେଷ ଭାବରେ ଓଡ଼ିଶାର ଶିଳ୍ପ, ସାମାଜିକ-ଆର୍ôଥକ ବିକାଶ ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଂଟର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ପ୍ରସାରଣ ଇତ୍ସାତ ଉତ୍ପାଦନର କ୍ଷମତାକୁ ବୃଦ୍ଧି କରିବା ସହ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ସଶକ୍ତ କରିବ, ଷ୍ଟିଲ୍ କ୍ଷେତ୍ରରେ ଆମଦାନୀ ହ୍ରାସ କରିବା ସହ ପ୍ରମୁଖ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାର ଅର୍ଥନୀତି ଅଭିବୃଦ୍ଧିକୁ ଆଗେଇ ନେବା ସହ ଇସ୍ପାତ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଏକ ବୃହତ ରୋଜଗାର ସୁଯୋଗ ସୃଷ୍ଟି କରିବ।

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ମୋର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ମାନନୀୟ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶାରେ ଇସ୍ପାତ୍ କ୍ଷେତ୍ର ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତା ପ୍ରଶଂସନୀୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande