ଭୁବନେଶ୍ୱର, 25 ଜୁନ୍ (ହି.ସ.)
- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜି
ବଡ଼ସାହି ବ୍ଲକ୍ ର ୨୧ ଟି ପଞ୍ଚାୟତ ଏବଂ ବେତନଟୀ ବ୍ଲକ୍ ର ୨୪ ଟି ପଞ୍ଚାୟତକୁ ନେଇ ବଡ଼ସାହି
ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଜନଶୁଣାଣୀ କାର୍ଯ୍ୟକ୍ରମ। ଏହି ଜନଶୁଣାଣୀ
କାର୍ଯ୍ୟକ୍ରମରେ ବାରିପଦା ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧିକାରୀ
ଏବଂ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଏହି ଜନଶୁଣାଣୀରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର
ଅଭିଯୋଗକୁ ଗ୍ରହଣ କରିଛନ୍ତି ।ଯଥାଶୀଘ୍ର ଲୋକମାନଙ୍କ
ସମସ୍ୟାର ସମାଧାନ କରାଯିବ ବୋଲି ଲୋକମାନଙ୍କୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା