କୋରାପୁଟ ଜିଲ୍ଲା ରେ ଅବାଧରେ ବିକ୍ରି ଚାଲିଛି ନିମ୍ନମାନର ଖାଦ୍ୟ ପଦାର୍ଥ
ଜୟପୁର, 25 ଜୁନ୍ (ହି.ସ.) ସାରା ରାଜ୍ୟରେ ଜିଲ୍ଲାକୁ ଜିଲ୍ଲା ଡାଇରିଆ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ଡାଇରିଆରେ ବହୁତ ଜଣଙ୍କର ଜୀବନ ଗଲାଣି। ଡାଇରିଆ ସ୍ଥିତି ଉଦ୍‌ବେଗଜନକ ଥିବାବେଳେ ଝାଡାବାନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି । ଡାଇରିଆ ସଂକ୍ରମଣକୁ ନଜରରେ ରଖ୍ ସର୍ତକତା ପଦ
କୋରାପୁଟ ଜିଲ୍ଲା ରେ ଅବାଧରେ ବିକ୍ରି ଚାଲିଛି ନିମ୍ନମାନର ଖାଦ୍ୟ ପଦାର୍ଥ


ଜୟପୁର, 25 ଜୁନ୍ (ହି.ସ.) ସାରା ରାଜ୍ୟରେ ଜିଲ୍ଲାକୁ ଜିଲ୍ଲା ଡାଇରିଆ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ଡାଇରିଆରେ ବହୁତ ଜଣଙ୍କର ଜୀବନ ଗଲାଣି। ଡାଇରିଆ ସ୍ଥିତି ଉଦ୍‌ବେଗଜନକ ଥିବାବେଳେ ଝାଡାବାନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି ।

ଡାଇରିଆ ସଂକ୍ରମଣକୁ ନଜରରେ ରଖ୍ ସର୍ତକତା ପଦକ୍ଷେପ କୋରାପୁଟ ଜିଲ୍ଲା ପ୍ରଶାସନ ନେବା ଆବଶ୍ୟକ। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ସମେତ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ସହରରେ ହୋଟେଲ, ଢାବା, ମିଠା ଦୋକାନ, ଦହିବରା, ଚାଟ, ରାସ୍ତା କଡରେ ଥିବା ଛୋଟବଡ ହୋଟେଲ ରେ ଦୂଷିତ ଓ ବାସି ଖାଦ୍ୟ ଲୋକଙ୍କୁ ବିକ୍ରୟ କରିବା ଏକ ନୀତିଦିନିଆ ଘଟଣା ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ନଜର ପକାଉନଥିବା ଜଣାଯାଇଛି । ମୁଖ୍ୟ ରାସ୍ତା,ରାସ୍ତାକଡ ଖାଦ୍ୟ ଉପରେ କଟକଣା, ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡାକଡି ପଦକ୍ଷେପ ନେବା ଜରୁରୀ। ଜୟପୁର ସହରକୁ ବ୍ୟବସାୟୀ କାର୍ଯ୍ୟରେ ପ୍ରତ୍ୟେକ ଦିନ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି।

ଏହାର ସୁଯୋଗରେ ସହରରେ ବହୁଳ ମାତ୍ରାରେ ନିମ୍ନମାନର ଓ ଅପମିଶ୍ରି ତ ଖାଦ୍ୟ ପଦାର୍ଥ ମୁନାଫାଖୋର ବ୍ୟବସାୟୀ ମାନଙ୍କ ଦ୍ୱାରା ଅବାଧରେ ବିକ୍ରି ହେଉଥିବା ଦେଖ‌ିବାକୁ ମିଳୁଛି । ହୋଟେଲ ଏବଂ ଫାଷ୍ଟଫୁଡ ଷ୍ଟଲ ଗୁଡିକର ପରିମଳ ବ୍ୟବସ୍ଥା ବଜାୟ ରଖାଯାଉ ନାହିଁ । ନିମ୍ନମାନର ଖାଦ୍ୟ ଲୋକମାନଙ୍କୁ ପରସା ଯାଉଥିବା ଅଭିଯୋଗ ହେଉଛି । ବାସି ମାଛ, ବାସି ଚିଙ୍ଗୁଡି, ବାସି ଚିକେନ, ବାସି ମଟନ, ବାସି ଚାଉମିନ ଇତ୍ୟାଦି ବିକ୍ରୟ କରାଯାଉଛି। ଏଥିସହ ଜଳଖୀଆ ହୋଟେଲ ଗୁଡିକରେ ବାସି ମିଠା ଓ ବାସି ବରା, ପିଆଜି, ଜିଲାପି, ସିଙ୍ଗଡା, ଆଳୁଚପ୍ ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଛି। ଏହାକୁ ରୋକିବାକୁ କିମ୍ବା ଯାଞ୍ଚ କରିବାକୁ ପ୍ରଶାସନ ନଜର ଦେଉନାହିଁ । ଫଳରେ ଅତି ନିକୃଷ୍ଟ ଧରଣର ଖାଦ୍ୟ ସାମଗ୍ରୀ ଓ ପୋଡା ତେଲ ବ୍ୟବହାର କରି ବ୍ୟବସାୟୀ ମାନେ ଖାଦ୍ୟ ପଦାର୍ଥ ତିଆରି କରୁଛନ୍ତି । ଓଡିଶା ମ୍ୟୁନିସିପାଲ ଆକ୍ଟ ଅନୁଯାୟୀ ଜଳଖୁଆ ଦୋକାନ ହୋଟେଲ ଗୁଡିକ ତଦାରଖ କରିବା ପାଇଁ ସ୍ଵାସ୍ଥ୍ୟ ନିରୀକ୍ଷକ ମଧ୍ୟ ତାଙ୍କ କାର୍ଯ୍ୟ ଠିକ୍ ଭାବେ କରୁନାହାଁନ୍ତି । ସୂଚନାଯୋଗ୍ୟ ଯେ, ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ଥିବା ଫୁଡ୍‌ ଇନ୍ସପେକ୍ଟର ଜୟପୁର ସହରରେ ତାଙ୍କର କାର୍ଯ୍ୟ ନିର୍ବାହ କରୁଥିବା ଲୋକ ଲୋଚନକୁ ଆସୁନଥିବା ପରି ଜଣାପଡ଼ୁଛି। ଖାଦ୍ୟ ନିରାପତ୍ତା ଟିମ୍ ଡାଇରିଆର ପ୍ରତିରୋଧ ଓ ପ୍ରତିଷେଧମୂଳକ ପଦକ୍ଷେପ ଗୁଡିକୁ ବ୍ୟାପକ କରିବା ଜରୁରୀ । କୋରାପୁଟ ଜିଲ୍ଲା ସହ ଜୟପୁର ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜଳଖୁଆ, ଢାବା,ହୋଟେଲ ଠାରୁ ଆରମ୍ଭକରି ରାସ୍ତା କଡରେ ଠେଲାଗାଡି, ଗୁପଚୁପ୍, ବେନାମୀ କମ୍ପାନୀର ଆଇସକ୍ରିମ, ସାଇକେଲ ପଛରେ ଜଳଖୁଆ, ଦହିବରା, ହୋଟେଲ ମାନଙ୍କରେ ଦୂଷିତ ପରି ବେଶରେ ଅପମିଶ୍ରିତ ଖାଦ୍ୟପଦାର୍ଥ ଏବଂ ବାସି ଖାଦ୍ୟ ବିନା ଦ୍ବିଧାରେ ବ୍ୟବସାୟୀମାନେ ବିକ୍ରି କରୁଛନ୍ତି । ଗ୍ରାହକମାନଙ୍କୁ ଖାଇବା ପରେ ଯେଉଁ ପାଣି ଦିଆଯାଉଛି ତାହା ମଧ୍ୟ ସଫାସୁତୁରା ରହୁ ନଥିବାରୁ ବିଭିନ୍ନ ପେଟଜନିତ ରୋଗ ହେଉଛି । ପାଟିକୁ ସୁଆଦ ଲାଗୁଥିବା ଏହି ଖାଦ୍ୟ ପଦାର୍ଥ ଖାଇ ଲୋକମାନେ ଦୂରାରୋଗ୍ୟ ରୋଗକୁ ଆମନ୍ତ୍ରଣ କରିବା ଛଡା ଅନ୍ୟ ଉପାୟ ନଥିବା କୁହାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ କଥା ଏହି ଯେ ଖାଦ୍ୟ ନିରୀକ୍ଷକଙ୍କୁ ଏହି ଦୂଷିତ ଓ ଅପମିଶ୍ରିତ ଖାଦ୍ୟର ସାମ୍ପୁଲ ସଂଗ୍ରହ କରି ଏହାର ମାନ ନିର୍ଦ୍ଧାରଣ କରିବା ପାଇଁ ମତ ପ୍ରକାଶ ପାଇଛି । ଜନସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉନଥିବା ଯୋଗୁଁ ରାସ୍ତାକଡରେ ଦୂଷିତ ପରିବେଶ ମଧ୍ୟରେ ଠେଲା ଗାଡିରେ ଖାଦ୍ୟପଦାର୍ଥ ବିକ୍ରି ବହୁଳ ଭାବରେ ହେଉଛି। ହୋଟେଲ ମାନଙ୍କରେ ସେହିଭଳି ବାସି ପଚାସଢା ପନିପରିବା, ନିମ୍ନମାନର ତେଲ ମସଲା ଦ୍ଵାରା ପ୍ରସ୍ତୁତ

ଖାଦ୍ୟପଦାର୍ଥ ଖୁଲମଖୁଲା ବିକ୍ରି ଚାଲିଛି। ବିଶେଷ କରି ବର୍ଷାଦିନେ ଏଭଳି ଖାଦ୍ୟ ପଦାର୍ଥ ଗୁ ଖାଇ ବହୁ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ଖାଦ୍ୟ ପଦାର୍ଥରେ ଭଣଭଣ ମାଛି ବସି ଖାଦ୍ୟକୁ ଆହୁରି ଦୂଷିତ କରିପକାଉଛି । ସେହି ପ୍ରସ୍ତୁତ ଖାଦ୍ୟକୁ ଦୋକାନୀମାନେ ଲୋକମାନେ ନିର୍ଭୟରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାରରେ ମାତିଛନ୍ତି । କେତେକ ଜାଗାରେ ରାସ୍ତାର ଧୂଳି ଓ ବର୍ଷା ପାଣି ଜଳଖୁଆ ଦୋକାନୀମାନଙ୍କ ପ୍ରସ୍ତୁତ ଖାଦ୍ୟପଦାର୍ଥ ଉପରେ ପଡ଼ୁଥିବା ବେଳେ ଗୋଟିଏ ଗୋଟିଏ ପାଣି କୁଣ୍ଡ ରଖ୍ ସେହି ପାଣିକୁଣ୍ଡରେ ବାରମ୍ବାର ଅଇଁଠା ବାସନ ଧୂଆ ଯାଉଥିବା ଦେଖିବାକୁ ମିଳୁଛି । ବଜାରରେ ଦୂଷିତ ଓ ପଚାସଢା ଖାଦ୍ୟ ବିକ୍ରୟ ଉପରେ ଲଗାମ ଲଗାଇବା ପାଇଁ ସୂରକାରୀ କଳ ଅଛି ସିନା ତାହା କିନ୍ତୁ କାମକୁ ନାହିଁ । କୋରାପୁଟ ଜିଲ୍ଲା ଜୟପୁର, କୋରାପୁଟ, କୋଟପାଡ଼, ସେମିଲିଗୁଡା, ବୋରିଗୁମ୍ମା, ଲକ୍ଷ୍ମୀପୁର ସମେତ ଆଖପାଖର ଶହ ଶହ ଜଳଖୁଆ ଦୋକାନ ରେଜେଷ୍ଟ୍ରିଭୁକ୍ତ ଅଛି କି ନାହିଁ ତାହାର ଯାଞ୍ଚ ସଠିକ୍ ଭାବେ ହେଉ ନଥିବାରୁ ଅବାଧରେ ପଚାସଢା ଖାଦ୍ୟ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି। କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଜାଗ ନହେଲେ ତ ଆଗକୁ ବର୍ଷା ଦିନ ଚାଲିଥିବା ବେଳେ ପରିସ୍ଥିତ ବି ଅଣାୟତ ହେବ ବୋଲି ମତପ୍ରକାଶ ପାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande