ନୂଆଦିଲ୍ଲୀ, ଜୁନ୍ ୨୭ (ହିସ)- ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଶୁକ୍ରବାର ତାଙ୍କର ଇରାନୀ ପ୍ରତିପକ୍ଷ ଆବାସ ଆରାଘଚିଙ୍କ ସହ ଆଲୋଚନା କରିଥିଲେ ଏବଂ ଭାରତୀୟମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ତାଙ୍କର ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏକ୍ସ ରେ ଏହି ସୂଚନା ସେୟାର କରିଥିଲେ। ସେ କହିଛନ୍ତି ଯେ ଆଲୋଚନାରେ ସେ ବର୍ତମାନର ଜଟିଳ ପରିସ୍ଥିତିରେ ଇରାନର ଦୃଷ୍ଟିକୋଣ ଏବଂ ଚିନ୍ତାଧାରା ଜାଣିପାରିଛନ୍ତି। ଉଲ୍ଲେଖନୀୟ ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପ୍ରତି ଯୁଦ୍ଧବିରତି ଘୋଷଣା କରାଯାଇଛି। ସଂଘର୍ଷ ସମୟରେ, ଭାରତ ସେଠାରେ ରହୁଥିବା ଅନେକ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ସୁନିଶ୍ଚିତ କରିଛି।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ