ସୋନପୁର ଠାରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଚିକିତ୍ସା ଶିବିର
ସୁବର୍ଣ୍ଣପୁର, ୨୯ ଜୁନ୍ (ହି.ସ.)- ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ସୋନପୁର ଘୋଡାଘାଟ ପଡ଼ା (ମହାରଣା ପଡ଼ା ) ମା ଘର ଠାରେ ସୁବର୍ଣ୍ଣପୁର ସହରର ବରିଷ୍ଠ ନାଗରିକଙ୍କ ପାଇଁ ଦୁଇ ଦିନିଆ ସ୍ବତନ୍ତ୍ର ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଫେ
ସୋନପୁର ଠାରେ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଚିକିତ୍ସା ଶିବିର*-


ସୋନପୁର ଠାରେ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଚିକିତ୍ସା ଶିବିର*-


ସୋନପୁର ଠାରେ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଚିକିତ୍ସା ଶିବିର*-


ସୁବର୍ଣ୍ଣପୁର, ୨୯ ଜୁନ୍ (ହି.ସ.)- ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ସୋନପୁର ଘୋଡାଘାଟ ପଡ଼ା (ମହାରଣା ପଡ଼ା ) ମା ଘର ଠାରେ ସୁବର୍ଣ୍ଣପୁର ସହରର ବରିଷ୍ଠ ନାଗରିକଙ୍କ ପାଇଁ ଦୁଇ ଦିନିଆ ସ୍ବତନ୍ତ୍ର ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଫେସର ଦତ୍ତେଶ୍ୱର ହୋତା ( ୟୁରୋଲୋଜିଷ୍ଟ)ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଶିବିରରେ ଭେଷଜ ବିଶେଷଜ୍ଞ ଡ଼ା. ଜେ. କିଶୋର, ଅର୍ଥୋ ପେଡିକ ବିଭାଗ ଡ଼ା. ସିଦ୍ଧାର୍ଥ ମହାନ୍ତି, ଡ଼ା. ରାଜ କିଶୋର ମିଶ୍ର ଯୋଗଦେଇ ସହରର ୫୦ରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ସହରର ଅନେକ ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା କରି ଔଷଧ ବଣ୍ଟନ କରିଥିଲେ l ଏହି ଶିବିରରେ କଟକର ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳଙ୍କ ସହିତ ପ୍ରଫେସର ହୋତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଜାତା ପୁଝାରୀ, ଅଶୋକ ପ୍ରିୟଦର୍ଶୀ, ଅରୁଣ ଲେଙ୍କା, ସୁଦୀପ ପରିଡ଼ା, ସଂଗ୍ରାମ ଭୋଳ, ରାଜେଶ ମହାନ୍ତି ଚିକିତ୍ସା, ରେଜିଷ୍ଟ୍ରେସନ୍ ଓ ଔଷଧ ବିତରଣ ସେବା କାର୍ଯ୍ଯରେ ସହଯୋଗ କରିଥିଲେ l ନୂଆପଡ଼ା, ବଲାଂଗୀର ଓ ବୌଦ୍ଧ ଜିଲ୍ଲାର ମଧ୍ୟ ତିନି ଜଣ ବରିଷ୍ଠ ନାଗରିକ ଯୋଗଦେଇ ଶିବିରରେ ଚିକିତ୍ସିତ ହୋଇଥିଲେ l

ଶିବିରର ଉଦଯାପନୀ ସଭାରେ ବରିଷ୍ଠ ନାଗରିକ ବଳରାମ ମିଶ୍ର, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ବହିଦାର, ବ୍ରଜ ମୋହନ ଦାନୀ, ହରି ହର ଶତପଥି, ଇସ୍ମାଇଲ ଖାଁ, ସନ୍ତୋଷ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ମୃତ୍ୟୁଞ୍ଜୟ ଦାଶ, ଦିଲ୍ଲୀପ ରଥ, ପ୍ରତାପ ଦାଶ, ପଠାଣ କୁମାର ପଣ୍ଡା, ଡ଼ଃ. ସନ୍ତୋଷ ପାଢ଼ୀ, ପ୍ରଦୀପ ଖେତି, ପ୍ରଦୀପ ସାହୁ ପ୍ରମୁଖଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସହର ତଥା ଜିଲ୍ଲାର ବୁଦ୍ଧିଜୀବୀ ଏ ମହତ କାର୍ଯ୍ୟକୁ ଖୁଵ ପ୍ରଶଂସା କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande