କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି- ବିପଦ ସଙ୍କୁଳ ଅବସ୍ଥାରେ କୋଠୀ ଯୋର ର ପୋଲ।
ବଲାଙ୍ଗିର, 29 ଜୁନ୍ (ହି.ସ.) ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା - କୁଟାସିଂହା ରାସ୍ତା ର ହରଭଙ୍ଗା -ଡୁଙ୍ଗୁରିପାଲି ମଧ୍ୟ୍ୟରେ ପ୍ରବାହିତ କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି | ଫଳରେ ଯାତାଜାତ ଠପ ହୋଇଯାଇଥିଲା | ୪ କୋଟି ଟଙ୍କା ବ୍ୟୟ ରେନିର୍
କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି- ବିପଦ ସଙ୍କୁଳ ଅବସ୍ଥାରେ କୋଠୀ ଯୋର ର ପୋଲ।


କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି- ବିପଦ ସଙ୍କୁଳ ଅବସ୍ଥାରେ କୋଠୀ ଯୋର ର ପୋଲ।


କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି- ବିପଦ ସଙ୍କୁଳ ଅବସ୍ଥାରେ କୋଠୀ ଯୋର ର ପୋଲ।


କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି- ବିପଦ ସଙ୍କୁଳ ଅବସ୍ଥାରେ କୋଠୀ ଯୋର ର ପୋଲ।


ବଲାଙ୍ଗିର, 29 ଜୁନ୍ (ହି.ସ.)

ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା - କୁଟାସିଂହା ରାସ୍ତା ର ହରଭଙ୍ଗା -ଡୁଙ୍ଗୁରିପାଲି ମଧ୍ୟ୍ୟରେ ପ୍ରବାହିତ କୋଠିଯୋର ଉପରେ ନବନିର୍ମିତ ସେତୁ ଦବି ଯାଇ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି | ଫଳରେ ଯାତାଜାତ ଠପ ହୋଇଯାଇଥିଲା | ୪ କୋଟି ଟଙ୍କା ବ୍ୟୟ ରେନିର୍ମିତ ୬୫. ୨୫ ମିଟର ର ଏ ସେତୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି | ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସେତୁ କାମ ନିହାତି ନିମ୍ନମାନର ହୋଇଥିବା ସ୍ଥାନୀୟ ଡୁଙ୍ଗୁରିପାଲି ଗ୍ରାମବାସୀ କହିଛନ୍ତି | ଏହି ସେତୁ ଦେଇ ଜିଲ୍ଲା ମୁଖ୍ୟାଳୟ ବ୍ଲକ, ଡାକ୍ତରଖାନା, ସ୍କୁଲ କଲେଜ ତଥା ଦୈନନ୍ଦିନ କାର୍ଯ୍ୟରେ ଅଂଚଳବାସୀ ନିର୍ଭର କରିଥାନ୍ତି | ଆଜି ବସ ଏଠାରେ ଅଟକି ଯିବାରୁ ଯାତ୍ରୀ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି | ସେତୁ ଉପରେ ଯାନବାହାନ ଚଳାଚଳ ରେ ବିପଦ ଥିବାରୁ ସ୍ଥାନୀୟ ଲୋକେ ପୁଲିସ କୁ ରାସ୍ତା ସିଲ କରିବାକୁ ସୂଚନା ଦେଇଥିଲେ | ପରେ ଲୋଇସିଂହା ଆଇଆଇସି ଯାଜ୍ଞସେନୀ ନାୟକ ଓ ସାଲେଭଟା ଫାଣ୍ଡି ଅଧିକାରୀ ଚିତ୍ରସେନ ସାହୁ ଘଟଣାସ୍ଥଳକୁ ଆସି ଯାଞ୍ଚ କରିଥିଲେ |ସେତୁର ଉଭୟ ପାର୍ଶ୍ଵ ଦାବିଯାଇ ବଡ଼ ବଡ଼ ଫାଟ ସୃଷ୍ଟି ହେବା ପରେ କାଯ୍ୟନୁଷ୍ଠାନ ଏଡାଇବା ତଥା ଗଣମାଧ୍ୟମ ଆଖିରୁ ଖସିବା ପାଇଁ ଠିକା ସଂସ୍ଥା ମେଟାଲ ପକାଇ ପ୍ୟାଂଚି କାମ କରୁଥିବା ସ୍ଥାନୀୟ ଉତ୍କଳ ବିଶ୍ୱାଳ, ରାଧେଶ୍ୟାମ ବଢ଼େଇ, ପିତାମ୍ବର କଣ୍ଟା, ପିଣ୍ଟୁ ମହାରଣା, ପିତାମ୍ବର ମେଲ୍ଲୀ କହିଛନ୍ତି | ଏଠାରେ ଲାଗିଥିବା ସୂଚନା ଫଳକ ଅନୁସାରେ ସରକାରଙ୍କ ଗ୍ରାମ ନିର୍ମାଣ ଭିଭାଜନ ପକ୍ଷ ରୁ ବଲାଙ୍ଗୀର ର ମହେଶ ଚୌଧୁରୀ ଙ୍କ ନିର୍ମାଣକାରି ସଂସ୍ଥା ଫେବୃଆରୀ ୨୦୨୨ ରେ ଆରମ୍ଭ କରିଥିଲା | ମାସେ ହେଲା ନିର୍ମାଣ କାମ ସମ୍ପୂର୍ଣ ହୋଇଛି | ତେବେ ନିର୍ମାଣ ର ମାସେ ନ ପୂରୁଣୁ ନିମ୍ନମାନର କାମ ଯୋଗୁଁ ସେତୁର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି | ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେହେଁ ପ୍ରତିକ୍ରିୟା ମିଳିପାରିନାହିଁ | ବିଭାଗୀୟ ଉଚ୍ଚ କତୃପକ୍ଷ ସେତୁ ନିର୍ମାଣ ର ଉଚିତ ତଦନ୍ତ ସହ ଠିକା ସଂସ୍ଥା ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande