ଭୁବନେଶ୍ୱର, 29 ଜୁନ୍ (ହି.ସ.)- ରାଜଧାନୀରେ ଅଭିନଵ ଉପାୟରେ ଚୋରି । ବରିଷ୍ଠ ନାଗରିକଙ୍କ ଘରୁ 12 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଛି । ଏଭଳି ଘଟଣା ଘଟିଛି ତମାଣ୍ଡୋ
ଥାନା କଳିଙ୍ଗ ବିହାର ଅଂଚଳରେ । କେ-9ରେ ରହୁଥିବା ନିୟତି
ଜେନାଙ୍କ ଘରୁ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘରୁ ମଙ୍ଗଳସୂତ୍ର, ସୁନା ଚୁଡ଼ି, କାନଫୁଲ ଓ ହୀରା ମୁଦି
ଚୋରୀ ହୋଇଛି ।
ତେବେ ଘରର କୌଣସି କବାଟ ଭାଙ୍ଗି ନଥିବା ବେଳେ କେମିତି ଏତେ ପରିମାଣର ସୁନା ଅଳଙ୍କାର ଚୋରୀ
ହେଲା ତାକୁ ନେଇ ସନ୍ଦେହ ଉପୁଜୁଛି । ସେପଟେ ଅଭିଯୋଗ ପରେ
ଘରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚାରା କରୁଛି ତମାଣ୍ଡୋ ଥାନା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା