ପୁରୀ ଦଳାଚକଟା ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ସାଂସଦ ସମ୍ବିତ ପାତ୍ର
ଭୁବନେଶ୍ୱର, 29 ଜୁନ୍ (ହି.ସ.) - ପୁରୀ ଦଳାଚକଟା ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଏହାକୁ ନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ସମ୍ବିତ ପାତ୍ର କହିଛନ୍ତି ଯେ, ପୁରୀ ଶରଧାବାଲିରେ ମହାପ୍
ପୁରୀ ଦଳାଚକଟା ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ସାଂସଦ ସମ୍ବିତ ପାତ୍ର


ଭୁବନେଶ୍ୱର, 29 ଜୁନ୍ (ହି.ସ.)

- ପୁରୀ ଦଳାଚକଟା ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ସାଂସଦ ସମ୍ବିତ

ପାତ୍ର । ଏହାକୁ ନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ସମ୍ବିତ ପାତ୍ର କହିଛନ୍ତି ଯେ, ପୁରୀ ଶରଧାବାଲିରେ

ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ପ୍ରବଳ ଭିଡ଼ ହୋଇଥିବା କାରଣରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ l ରାଜ୍ୟ ସରକାର ଏହି ଘଟଣାକୁ

ଗୁରୁତ୍ୱର ସହ ନେଇ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ

ଘୋଷଣା କରିଛନ୍ତି l ଏନେଇ ମୁଁ ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ରହିଛି l

ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ

ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande