ଶିମଲା, 30 ଜୁନ (ହି.ସ)-ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ
ରଚିଛି।ଗତ ଦୁଇ ଦିନ ଧରି ଲଗାତାର ମୁଷଳଧାରାରେ ବର୍ଷା ଯୋଗୁଁ ଜବନଯାତ୍ରା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ
ହୋଇଛି।ବିଭିନ୍ନ ସ୍ଥାନରୁ ଭୁସ୍ଗଳନ ,କୋଠା ଭୁଶୁଡିବା ଏବଂ ଜଳସ୍ତର ବୃଦ୍ଧି ପାଉଥିବା ଘଟଣା
ସାମ୍ନାକୁ ଆସିଛି।ପରିସ୍ଥିତିକୁ ଦୃଷ୍ଟିରେ ସାତୋଟି ଜିଲ୍ଲାରେ ଫ୍ଲାସ ବନ୍ୟା ପାଇଁ ୟେଲୋ ଆର୍ଲଟ
ଜାରି କରାଯାଇଥିବାବେଳେ ବାକି ଦଶ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷା ପାଇଁ ଅରେଞ୍ଜ
ଆର୍ଲଟ ଜାରି କରାଯାଇଛି।ରାଜଧାନୀ ଶିମଳାଭଟ୍ଟାକୁଫର ଅଞ୍ଚଳର ମାଠୁ କଲୋନୀରେ ସୋମବାରସକାଳେ ଏକ ପାଞ୍ଚ ମହଲା କୋଠା ପ୍ରବଳ ବର୍ଷାରେ ଭୁଶୁଡି ପଡିଛି।କୋଠାରେ ପୁର୍ବରୁ ଫାଟ
ସୃଷ୍ଟି ହୋଇସାରିଥିଲା , ଯେଉଁଥିପାଇଁ ରବିବାର ରାତିରେ ଖାଲି କରାଯାଇଥିଲା।ଏହା ଏକ ବଡ
ଦୁର୍ଘଟଣାକୁ ଟଳିଗଲା।ଏହା ବ୍ୟତୀତ ନିକଟରେ ଥିବା ଆଉ ତିନିରୁ ଟାରୋଟି ଘରେ ଫାଟ ସୃଷ୍ଟି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା