ତେଲେଙ୍ଗାନାରେ ଭାଜପାକୁ ବଡ଼ ଝଟକା, ଇସ୍ତଫା ଦେଲେ ବିଧାୟକ ଟି ରାଜା ସିଂହ
ହାଇଦ୍ରାବାଦ, ୩୦ ଜୁନ (ହି.ସ.) - ତେଲେଙ୍ଗାନା ବିଜେପି ସଭାପତି ଭାବରେ ପୂର୍ବତନ ଏମଏଲସି ରାମଚନ୍ଦ୍ର ରାଓଙ୍କ ନିଯୁକ୍ତି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସଭାପତି ପଦ ପାଇଁ ନ
ତେଲେଙ୍ଗାନାରେ ଭାଜପାକୁ ବଡ଼ ଝଟକା, ଇସ୍ତଫା ଦେଲେ ବିଧାୟକ ଟି ରାଜା ସିଂହ


ହାଇଦ୍ରାବାଦ, ୩୦ ଜୁନ (ହି.ସ.) - ତେଲେଙ୍ଗାନା ବିଜେପି ସଭାପତି ଭାବରେ ପୂର୍ବତନ ଏମଏଲସି ରାମଚନ୍ଦ୍ର ରାଓଙ୍କ ନିଯୁକ୍ତି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଲଖ କରିବାକୁ ଅନୁମତି ନ ଦେବାକୁ ତାଙ୍କ ଇସ୍ତଫାର କାରଣ ବୋଲି ଦର୍ଶାଇଛନ୍ତି ।ଗଣମାଧ୍ୟମ ସହିତ କଥାବାର୍ତା ସମୟରେ ରାଜା ସିଂହ କହିଥିଲେ ଯେ, ମୁଁ ମୋର ନାମାଙ୍କନ ଦାଖଲ କରିବାକୁ ଯାଇଥିଲି । ମୁଁ ଆବେଦନ ଫର୍ମ ମଧ୍ୟ ନେଇଥିଲି । ତିନି ଜଣ ସଦସ୍ୟ ମୋର ଆବେଦନ ପତ୍ରରେ ଦସ୍ତଖତ କରିଥିଲେ । ଆହୁରି ସାତ ଜଣ ସଦସ୍ୟଙ୍କୁ ଦସ୍ତଖତ କରିବାକୁ ପଡ଼ିଲା । ଏହି କାରଣରୁ ମୁଁ ମୋର ନାମାଙ୍କନ ଦାଖଲ କରିପାରିଲି ନାହିଁ । ଏହା ପରେ ମୁଁ ତେଲେଙ୍ଗାନା ଭାଜପା ପ୍ରମୁଖ ଜୀ. କିଶନ ରେଡ୍ଡୀଙ୍କୁ ତ୍ୟାଗପତ୍ର ଦେଇଥିଲି ଏବଂ ଏହାକୁ ସ୍ୱୀକାର କରିବା ପାଇଁ କହିଥିଲି ।

ଦୁଇ ପୃଷ୍ଠାର ଇସ୍ତଫା ପତ୍ରରେ ବିଧାୟକ କେନ୍ଦ୍ରୀୟ ନେତ୍ୟତ୍ୱର ନିଷ୍ପତିକୁ ଆଶ୍ଚମ୍ବିତ ଏବଂ ନିରାଶା ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ଏହା ରାଜ୍ୟ ସାରା ଲକ୍ଷ ଲକ୍ଷ ବିଶ୍ୱସ୍ତ ଦଳୀୟ କର୍ମୀଙ୍କୁ ଆଘାତ ଦେଇଛି । ରାଜା ସିଂହ ଲେଖିଛନ୍ତି ଯେ, ଏହି ଚିଠି ଲକ୍ଷ ଲକ୍ଷ ବିଶ୍ୱସ୍ତ ବିଜେପି କର୍ମୀ ଏବଂ ସମର୍ଥକଙ୍କ ଯନ୍ତ୍ରଣା ଏବଂ ହତାଶାକୁ ପ୍ରତିଫଳିତ କରୁଛି ଯେଉଁମାନେ ନିଜକୁ ଦୂରେଇ ରଖାଯାଇଥିବା ଏବଂ ଶୁଣାଯାଇନଥିବା ଅନୁଭବ କରୁଛନ୍ତି । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, କିଛି ବଛା ବଛା ଲୋକ ପରଦା ପଛରେ ରହି କାର୍ଯ୍ୟ ଚଳାଉଛନ୍ତି ଏବଂ ନିଷ୍ପତି ନେଉଛନ୍ତି, ଯାହା ଦ୍ୱାରା ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ତୃଣମୂଳ ସ୍ତରରେ ସମ୍ପୃକ୍ତିକୁ ଦୂର କରାଯାଉଛି । ମୁଁ କେବଳ ନିଜ ପାଇଁ ନୁହେଁ ବରଂ ସେହି ଅଗଣିତ କର୍ମୀ ଏବଂ ଭୋଟରମାନଙ୍କ ପାଇଁ କହୁଛି ଯେଉଁମାନେ ବିଶ୍ୱାସର ସହିତ ଆମ ସହିତ ଛିଡ଼ା ହୋଇଥିଲେ ଏବଂ ଆଜି ଯେଉଁମାନେ ନିଜକୁ ଠକିଛନ୍ତି ବୋଲି ଭାବୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande