ମଣିପୁର, 30 ଜୁନ (ହି.ସ)-ଉଗ୍ରବାଦ ବିରୋଧୀ ଅଭିଯାନ ସମୟରେ
ସୁରକ୍ଷାବାହିନୀ ବିଭିନ୍ନ ନିଷିଦ୍ଧ ସଂଗଠନର ତିନିଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି।ଏହା
ବ୍ୟତୀତ ଗୋଟିଏ ବୋମାକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରାଯାଇଛି।ପୋଲିସ ମୁଖପାତ୍ର ସୋମବାର
କହିଛନ୍ତି ଯେ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଏକ ମିଳିତ ଟିମ ଲାମଡେଙ୍ଗଅବାଙ୍ଗ ଲୋଇକାଇରୁଏକ ଉଗ୍ରବାଦୀ ୟୁମନାମ ପ୍ରେମକୁମାର ସିଂହ ଓରଫ
ନୋଙ୍ଗଥାଙ୍ଗ (31)ଙ୍କୁ ଗିରଫ କରିଛନ୍ତି।ତାଙ୍କ ବିରୁଦ୍ଧରେ ଦାଦାବଟି ଆଦାୟ କାର୍ଯ୍ୟକଳାପ
ଚଳାଇବା ଅଭିଯୋଗ ରହିଛି।ପୋଲିସ ଅଧିକାରୀମାନେ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଏବଂ ଗୋଟିଏ
ହଳଦିଆ ସ୍କୁଟର(ଏମଏନ01/ଏଇ-1745)ଜବତ କରିଛନ୍ତି।ଏହା ବ୍ୟତୀତ ଇମ୍ଫାଲ ଇଷ୍ଟ ଜିଲ୍ଲାର
ନୋଙ୍ଗପୋକ ସଞ୍ଜେନବାମ ଖୁଲ୍ଲେନରୁ କାଙ୍ଗଲୀପାକ କମ୍ୟୁନିଷ୍ଟ ପାର୍ଟୀ(କେସୀପୀ-ନୋୟୋନ/ଏମଏଫଏଲ)ସହ ଜଡିତ ମନୋହରମାୟୁମ କବିଚନ୍ଦ୍ର ଶର୍ମା ଓରଫ ରାଜୋ(28)ଙ୍କୁ ଗିରଫ କରିଛନ୍ତି।ଅନ୍ୟ
ଏକ ଅଭିଯାନରେ ନିଷିଦ୍ଧ ପୀଆରଇପୀଏକେ (ପୀଆରଓ)ର ଜଣେ କ୍ୟାଡରକଙ୍ଗାବାମ ରାଜୁ ସିଂହଓରଫ ପୁରେଲ(42)ଇମ୍ଫାଲ ପଶ୍ଚିମର ସିଙ୍ଗଜାମୋଇ ପୋଲିସ
ଷ୍ଟେସନ ଅନ୍ତର୍ଗତ ହୀରାଙ୍ଗୋଇଥୋଙ୍ଗରେଫିଶ
ଆର୍କେଡ ଦୋକାନରୁ ଗିରଫ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା