ଠାଣେରେ ଚଳନ୍ତା ଲୋକାଲ ଟ୍ରେନରୁ ପଡି 6 ଯାତ୍ରୀଙ୍କ ମୃତ୍ୟୁ,ସାତ ଆହତ
ମୁମ୍ବାଇ, 9 ଜୁନ (ହି.ସ)-ଠାଣେ ଜିଲ୍ଲାରେ କୋପର ଏବଂ ଦିବାଷ୍ଟେସନ ମଧ୍ୟରେ ସୋମବାର ସକାଳେ ଲୋକାଲ ଟ୍ରେନରୁ ପଡି ଛଅଜଣଙ୍କ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ସାତଜଣ ଯାତ୍ରୀ ଆହତ ହୋଇଛନ୍ତି ,ସମସ୍ତଙ୍କୁ କଲୱା ସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।କେନ୍ଦ୍ରୀୟ
ଠାଣେରେ ଚଳନ୍ତା ଲୋକାଲ ଟ୍ରେନରୁ ପଡି 6 ଯାତ୍ରୀଙ୍କ ମୃତ୍ୟୁ,ସାତ ଆହତ


ମୁମ୍ବାଇ,

9 ଜୁନ (ହି.ସ)-ଠାଣେ ଜିଲ୍ଲାରେ କୋପର ଏବଂ ଦିବାଷ୍ଟେସନ ମଧ୍ୟରେ ସୋମବାର ସକାଳେ ଲୋକାଲ ଟ୍ରେନରୁ ପଡି ଛଅଜଣଙ୍କ ମୃତ୍ୟୁ ଘଟିଛି।ଏହି

ଦୁର୍ଘଟଣାରେ ସାତଜଣ ଯାତ୍ରୀ ଆହତ ହୋଇଛନ୍ତି ,ସମସ୍ତଙ୍କୁ କଲୱା ସ୍ଥିତ ସରକାରୀ ହସ୍ପିଟାଲରେ

ଭର୍ତ୍ତୀ କରାଯାଇଛି।କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ନୀଳା ସ୍ୱପ୍ରିଲ କହିଛନ୍ତି

ଯେ ଆଜି ସକାଳ ପ୍ରାୟ ସାଢେ ତିନିଟା ସମୟରେ

ବିପରୀତ ଦିଗରୁ ଯାଉଥିବା ଦୁଇଟି ଲୋକାଲ ଟ୍ରେନର ଫୁଟବୋର୍ଡରେ ବସିଥିବା ଯାତ୍ରୀମାନେ ପରସ୍ପର

ସହିତ ଧକ୍କା ଖାଇ ରେଲୱେ ଟ୍ରାକ ନିକଟରେ ପଡିଯାଇଥିଲେ।ଏହି

ଘଟଣାରେ 8ଜଣଙ୍କୁ କୋପର ଏବଂ ଦିବା ମଧ୍ୟରେ ରେଲୱେ ଟ୍ରାକରୁ ଉଠାଇ ଡାକ୍ତରଖାନା ନିଆଯାଇଥିବାବେଳେ

ଗାର୍ଡ ପାଞ୍ଚଜଣ ଆହତ ଯାତ୍ରୀମାନଙ୍କୁ ଜିଆରପିକୁ ହସ୍ତାନ୍ତର କରିଥିଲେ।ଏହି ସମସ୍ତଙ୍କ

ଚିକିତ୍ସା କଲୱା ସରକାରୀ ହସ୍ପିଟାଲରେ ଚାଲିଛି,କିନ୍ତୁ ମୃତକଙ୍କ ସୁଚନା ହସ୍ପିଟାଲ ସୁତ୍ର ଏପର୍ଯ୍ୟନ୍ତ

ଦେଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande