କୋଲକାତାରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା
କୋଲକାତା, ୯ ଜୁନ୍ (ହି.ସ.)- ରାଜଧାନୀ କୋଲକାତାର ନ୍ୟୁ ଟାଉନ ଅଂଚଳରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନଙ୍କ ନାମ ସୂର୍ଯ୍ୟକାନ୍ତ ଦାସ । ୩୮ ବର୍ଷିୟ ସୂର୍ଯ୍ୟକାନ୍ତ ମୂଳତଃ ଓଡ଼ିଶାର ନିବାସୀ ଥିଲେ । ଯବାନଙ୍କ ଶବ ସୋମବାର ସକାଳେ ଶୁଲୁଂଗୁଡ଼ି ସ୍ଥିତ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧ
କୋଲକାତାରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା


କୋଲକାତା, ୯ ଜୁନ୍ (ହି.ସ.)- ରାଜଧାନୀ କୋଲକାତାର ନ୍ୟୁ ଟାଉନ ଅଂଚଳରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନଙ୍କ ନାମ ସୂର୍ଯ୍ୟକାନ୍ତ ଦାସ । ୩୮ ବର୍ଷିୟ ସୂର୍ଯ୍ୟକାନ୍ତ ମୂଳତଃ ଓଡ଼ିଶାର ନିବାସୀ ଥିଲେ । ଯବାନଙ୍କ ଶବ ସୋମବାର ସକାଳେ ଶୁଲୁଂଗୁଡ଼ି ସ୍ଥିତ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ଠିକ୍ ପୂର୍ବରୁ ସୂର୍ଯ୍ୟକାନ୍ତ ନିଜ ପରିଜନଙ୍କୁ ହ୍ୱାଟସ୍ ଏପ ରେ ଏକ ସୁଇସାଇଡ୍ ନୋଟ୍ ପଠାଇଥିଲେ । ଯେଉଁଥିରେ ସେ ମାନସିକ ଚାପକୁ ଆତ୍ମହତ୍ୟାର କାରଣ ଦର୍ଶାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande