କଟରା, 9 ଜୁନ୍ (ହି.ସ.)- ଉପରାଜ୍ୟପାଳ ମନୋଜ
ସିହ୍ନା ସୋମବାର ଶ୍ରୀ ମାତା ବୈଷ୍ଣୋ ଦେବୀ ତୀର୍ଥସ୍ଥଳ ପାଇଁ ଏକୀକୃତ କମାଣ୍ଡ ଏବଂ ନିୟନ୍ତ୍ରଣ
କେନ୍ଦ୍ର ସହିତ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ଉପରାଜ୍ୟପାଳ କହିଛନ୍ତି
ଯେ,
ଏହି ଆଧୁନିକ ଟେକନିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବାସ୍ତବିକ
ସମୟରେ ନିରୀକ୍ଷଣ ଓ ଭିଡ଼ ନିୟନ୍ତ୍ରଣକୁ ସକ୍ଷମ କରିବ ଏବଂ ଏହା ଏକ ସମସ୍ୟାମୁକ୍ତ
ତୀର୍ଥଯାତ୍ରାକୁ ସୁନିଶ୍ଚିତ କରିବ।
ଏହି ପ୍ରକଳ୍ପ ଅନ୍ତର୍ଗତ, କଟରାରେ ଏକ ଏକୀକୃତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପିତ
କରାଯାଇଛି ଏବଂ ସ୍ଥାନୀୟ ନିରୀକ୍ଷଣ ଓ ସମନ୍ୱୟ ପାଇଁ ତୀର୍ଥଯାତ୍ରା ମାର୍ଗରେ ୭ଟି
ଉପ-ନିୟନ୍ତ୍ରଣ କେନ୍ଦ୍ର ଗଠନ କରାଯାଇଛି, ଯାହାକି ସମସ୍ତ ସଂବେଦନଶୀଳ ଏବଂ ଉଚ୍ଚ ଯାତାୟାତ ଅଞ୍ଚଳଗୁଡ଼ିକୁ
ସପ୍ତାହର ସାତି ଦିନ ଓ ୨୪ ଘଣ୍ଟା ନିରୀକ୍ଷଣ ସୁନିଶ୍ଚିତ କରିବେ।
ପୂରା ତୀର୍ଥ ଅଞ୍ଚଳରେ ୭୦୦
ରୁ ଅଧିକ କ୍ୟାମେରା ଲାଗାଯାଇଛି, ଏଥିରେ ୧୭୦ ଟି ନୂଆ ହାଇ-ଡେଫିନିସନ୍ ଆଇପି କ୍ୟାମେରା ଓ ୫୦୦ ରୁ
ଅଧିକ ପୁରୁଣା କ୍ୟାମେରାକୁ ଏକତ୍ରିତ କରାଯାଇଛି। ଏହି କ୍ୟାମେରା ପ୍ରବେଶ ଓ ବାହାରିବା ପଏଂଟ, ସମସ୍ତ ଅଞ୍ଚଳ ଓ ତୀର୍ଥ ମାର୍ଗ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ
ସଂବେଦନଶୀଳ ସ୍ଥାନଗୁଡ଼ିକୁ କଭର କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା