ଯୁବକଙ୍କ ଆତ୍ମହତ୍ୟା
ଜୟପୁର, ୯ ଜୁନ୍ (ହି.ସ.)- ଯୁବକ ଜଣକ ବେକରେ ପ୍ଲାଷ୍ଟିକ ଫିତା ଲଗାଇ ଆତ୍ମହତ୍ୟା କରିଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ମଧ୍ୟପ୍ରଦେଶର ଲୋକେଶ ଭେଇସବାର (୩୫) । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଲୋକେଶ ଭେଇସବାର ଜୟପୁର ଢେପଗୁଡାରେ ଥିବା ଏକ ଗ୍ୟାରେଜରେ କାମ କରୁ
ଯୁବକଙ୍କ ଆତ୍ମହତ୍ୟା


ଜୟପୁର, ୯ ଜୁନ୍ (ହି.ସ.)- ଯୁବକ ଜଣକ ବେକରେ ପ୍ଲାଷ୍ଟିକ ଫିତା ଲଗାଇ ଆତ୍ମହତ୍ୟା କରିଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ମଧ୍ୟପ୍ରଦେଶର ଲୋକେଶ ଭେଇସବାର (୩୫) ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଲୋକେଶ ଭେଇସବାର ଜୟପୁର ଢେପଗୁଡାରେ ଥିବା ଏକ ଗ୍ୟାରେଜରେ କାମ କରୁଥିଲେ । ଆଜି ସକାଳୁ ଗ୍ୟାରେଜକୁ ଆସିନଥିବାରୁ ଗ୍ୟାରେଜର ମାଲିକ ଅନ୍ୟ ଏକ ଲୋକକୁ ଡକାଇ ଆଣିବାକୁ ପଠାଇଥିଲେ । ଦେଓଗୁଡା ରୋଡରେ ଶ୍ରମିକର ଘର ରହିଛି । ଭିତରପଟୁ କବାଟ ବନ୍ଦ ରହିଥିବା ବେଳେ ଝରକା ପଟେ ଦେଖିବା ବେଳେ ଉକ୍ତ ଯୁବକ ଜଣକ ବେକରେ ପ୍ଲାଷ୍ଟିକ ଫିତା ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ଜୟପୁର ସଦର ଥାନାରେ ଗ୍ୟାରେଜ ମାଲିକ ସଞ୍ଜିତ ନାୟକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଅପରାହ୍ନ ୩ଟାରେ ଶବ ବ୍ୟବଛେଦ କରାଯାଇ ହସ୍ତାନ୍ତର କରାଯାଇଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande