କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା, ୭ ଦିନରେ ସଂଗ୍ରହ ହୋଇଛି ମୋଟ ୨୬୬ ଆବେଦନ
ଜୟପୁର, ୯ ଜୁନ୍ (ହି.ସ.) - ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଲାଗି ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଛି। ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକିୟା ଆଜି ୭ ଦିନରେ ପହଁଚିଛି। ୭ଦିନ ରେ ପ୍ରଥମରୁ ୫ମ ଶ୍ରେଣୀ ଲାଗି ୨୬୬ ଆବେଦନ ସପ୍ସଗ୍ରହ କରିଛନ୍ତି ବିଦ୍ୟାଳୟ କର୍ତୁପକ୍ଷ। ସେ ଭିତରୁ ୪ର୍ଥ
କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା, ୭ ଦିନରେ ସଂଗ୍ରହ ହୋଇଛି ମୋଟ ୨୬୬ ଆବେଦନ


ଜୟପୁର, ୯ ଜୁନ୍ (ହି.ସ.) - ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଲାଗି ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଛି। ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକିୟା ଆଜି ୭ ଦିନରେ ପହଁଚିଛି। ୭ଦିନ ରେ ପ୍ରଥମରୁ ୫ମ ଶ୍ରେଣୀ ଲାଗି ୨୬୬ ଆବେଦନ ସପ୍ସଗ୍ରହ କରିଛନ୍ତି ବିଦ୍ୟାଳୟ କର୍ତୁପକ୍ଷ। ସେ ଭିତରୁ ୪ର୍ଥ ଓ ୫ମ ଶ୍ରେଣୀ ପାଇଁ ମାତ୍ର ୬୫ଟି ଆବେଦନ କରାଯାଇଛି । ଆଗାମୀ ଦିନରେ ଷଷ୍ଠ ଶ୍ରେଣୀ ଖୋଲି ନପାରେ ସେଥି ପାଇଁ ଅଭିଭାବକ ମାନେ ଚିନ୍ତାରେ ଥିବା ଜଣା ପଡିଛି। ପ୍ରିନ୍ସିପାଲ ହରିହର ପଣ୍ଡା କହିଛନ୍ତି ଅବିଭାବକଙ୍କ ମଧ୍ୟରେ କେ?ଣସି ଦ୍ୱନ୍ଦ ରହିବା ଉଚିତ ନୁହେଁ। ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ଶ୍ରେଣୀ ବୃଦ୍ଧି କରାଯିବ। ଶ୍ରୀ ପଣ୍‌ତା କହିଛନ୍ତି ଅଭିଭାବକ ମାନେ କାର୍ଯ୍ୟାଳୟରୁ ୭ ଦିନରେ ୬୪୮ ଆବେଦନ ଫର୍ମ ନେଇଛନ୍ତି। ଅନେକ ଅଭିଭାବକ କ୍ୟୁଆର କୋର୍ଡ ମାଧ୍ୟମରେ ଆବେଦନ ଫର୍ମ ଡାଉନଲୋଡ କରିଛନ୍ତି। ଧିରେ ଧିରେ ଆବେଦନ ସଂଖ୍ୟା ବଢୁଛି। ଆଜି ସୁଦ୍ଧା ମୋଟ ୨୬୬ ଆବେଦନ ଫର୍ମ ଦାଖଲ ହୋଇଛି। ପ୍ରଥମ ଶ୍ରେଣୀରେ ସର୍ବାଧିକ ୯୫ ଫର୍ମ ପଡିଛି। ଦ୍ୱିତୀୟ ଶ୍ରେଣୀରେ ୫୪, ତୃତୀୟ ଶ୍ରେଣୀରେ ୫୨, ୪ର୍ଥ ଶ୍ରେଣୀରେ ୩୧ ଓ ୫ମ ଶ୍ରେଣୀରେ ୩୪ଟି ଲେଖାଏଁ ଆବେଦନ ଫର୍ମ ସପ୍ସଗ୍ରହ କରାଯାଇଛି। ଅନ୍ୟ ଶ୍ରେଣୀ ଅପେକ୍ଷା ୪ର୍ଥ ଓ ୫ମରେ କମ ଆବେଦନ କରାଯାଇଛି। ଆସନ୍ତା ୧୬ ତାରିଖ ୫ଟା ସୁଦ୍ଧା ଆବେଦନ କରିବାର ଶେଷ ଦିନ ରହିଥିବାରୁ ଆଗାମୀ ଦିନରେ ଏହା ବଢିପାରେ ବୋଲି ବିଦ୍ୟାଳୟ କର୍ତୁପକ୍ଷ ଆଶା ବାନ୍ଧି ରହିଛନ୍ତି। ତଥାପି ଅଭିଭାବକଙ୍କ ମଧ୍ୟରେ ଏହାକୁ ନେଇ ଦ୍ୱନ୍ଦ ଥାଇପାରେ। ଅନେକ ଅଭିଭାବକଙ୍କ ଧାରଣା, ଆସନ୍ତା ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀ ଖୋଲିନପାରେ। ଯଦି ଏହା ହୁଏ ତେବେ ପିଲାଙ୍କ ଟିସି ନେଇ ଅନ୍ୟ ସ୍କୁଲରେ ନାମ ଲେଖାଇବାରେ ସମସ୍ୟା ହେବ। ଏଭଳି ଭ୍ରମ ରହିବା ଉଚିତ ନୁହେଁ। ଆସନ୍ତା ଶିକ୍ଷାବର୍ଷକୁ ଏଠାରେ ଷଷ୍ଠ ଖୋଲିବ। ପ୍ରତିବର୍ଷ ଉପରକୁ ଉପରକୁ ଗୋଟିଏ ଲେଖାଏଁ ଶ୍ରେଣୀ ଖୋଲାଯିବ। ଅସ୍ଥାୟୀ କୋଠାରେ ଅଧିକ ରୁମ ଥିବାରୁ ପାଠପଢାରେ କୌଣସି ସମସ୍ୟା ହେବନି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande