Bhubaneswar, 9 ଜୁନ୍ (ହି.ସ.)
ଜୟପୁର
ବନବାସୀ କଲ୍ୟାଣ ଆଶ୍ରମର ଜୟପୁରସ୍ଥିତ ବିଭାଗ କାର୍ଯ୍ଯାଳୟଠାରେ ଓଡିଶାର ବିଭିନ୍ନ ସ୍ଥାନର ଶିକ୍ଷାବିତ ମାନଙ୍କୁ ନେଇ ପ୍ରାନ୍ତ ଯୁବା ଆୟାମ୍ ଟୋଲି ଗଠିତ ହୋଇ
ଯାଇଛି।ସଂଗଠନର ପ୍ରାନ୍ତ ଯୁବ ଆୟାମ୍ ସଂଯୋଜକ ରତିକାନ୍ତ ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଗଠିତ ପ୍ରାନ୍ତ ଟୋଲିରେ ଲକ୍ଷ୍ମୀକାନ୍ତ ମିଶ୍ର-ସହ ପ୍ରାନ୍ତ ସଂଯୋଜକ,
ବାଳକୃଷ୍ଣ ପଣ୍ଡା _ସମ୍ପାଦକ,
ଦାମ ତୀର୍କୀ-ଯୁଗ୍ମ ସଂପାଦକ, ସନ୍ତୋଷିନୀ ମୁଣ୍ଡା- ସମ୍ପାଦିକା,ମାନସୀ ଆଚାର୍ଯ୍ଯ-ଯୁଗ୍ମ ସମ୍ପାଦିକାଙ୍କ ବ୍ୟତୀତ ଏଗାର ଜଣ ସଦସ୍ଯ ସାମିଲ ଅଛନ୍ତି।
ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ଯରେ ରାଷ୍ଟ୍ରିୟତା ଭାବନାର ଉଦ୍ରେକ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରାନ୍ତ ସଂଯୋଜକଙ୍କ ଠାରୁ ପ୍ରକାଶ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି