ବଲାଙ୍ଗିର, 9 ଜୁନ୍ (ହି.ସ.)
ସ୍ୱାମୀଙ୍କୁ ଖୋଜି ଖୋଜି ବଲାଙ୍ଗିରରେ ପହଞ୍ଚିଲେ ମହିଳା । ସ୍ୱାମୀକୁ ପାଇବା ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ । ବିବାହର ଚାରି ବର୍ଷ ପରେ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ଏସ୍ପି ଅଫିସର ଦ୍ୱାରସ୍ଥ ହେଲେ ମହିଳା । ଏଭଳି ଏକ ଅଭିଯୋଗ ନେଇ ବଲାଙ୍ଗିର ଏସ୍ପି ଅଫିସର ଦ୍ୱାରସ୍ଥ ହୋଇଛନ୍ତି ଝାରସୁଗୁଡ଼ାର ଜଣେ ମହିଳା । ତାଙ୍କ କହିବା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ପାଣ୍ଡେସରା ଗ୍ରାମର ରଜନୀ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲାର ସରୋଜିନୀ ଖଡିଆଙ୍କୁ ଚାରିବର୍ଷ ତଳେ ମନ୍ଦିରରେ ବିବାହ କରିଥିଲେ । ଦୁହେଁ ଏକାଠି ରହୁଥିଲେ । ହେଲେ ଗତକିଛି ଦିନ ହେଲା ସେ ଘରୁ ଆସୁଛି କହି ଆଉ ଘରକୁ ଫେରିନଥିଲେ । ରଜନୀଙ୍କ ପରିବାର ଲୋକେ କୁଆଡେ ତାଙ୍କର ଅନ୍ୟତ୍ର ବାହାଘର କରିବାକୁ ଯୋଜନା କରିଥିବା ସରୋଜିନୀ ଖବର ପାଇଥିଲେ । ଫଳରେ ସେ ଥାନାରେ ଏତଲା ଦେବା ସହିତ ଏସ୍ପି ଅଫିସର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କୁ ପାଇବା ପାଇଁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ