ଭୁବନେଶ୍ୱର , 09 ଜୁନ
(ହି.ସ.) ଭାରତ ସ୍ବାଧୀନତା ପାଇଁ ବଳିଦାନ ଦେଇଥୁବା ବିଶିଷ୍ଟ
ସ୍ବାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ଷା ମୁଣ୍ଡାଙ୍କ ପୂଣ୍ୟ ତିଥ୍ରେ ପିସିସି ସଭାପତି
ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ବିଧାନସଭା ସମ୍ମୁଖରେ ଥିବା ଏବଂ ସାଲିଆ ସାହିରେ ଥୁବା ବିର୍ଷା ମୁଣ୍ଡାଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି
ଅବସରରେ ସେ କହିଛନ୍ତି ଯେ ଦେଶର ମୁକ୍ତି ସଂଗ୍ରାମ, ବନ୍ଧୁଆ
ମଜଦୁରୀ, ଆଦିବାସୀଙ୍କ ଜମି ହଡ଼ପ ଏବଂ ସୁଧଖୋର ଜମିଦାରଙ୍କ ବିରୋଧରେ ସେ ଜୀବନ
ବ୍ୟାପୀ ଅବିରତ ସଂଗ୍ରାମ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭୂତି ମିଶ୍ର, ଉଦିତ
ପ୍ରଧାନ, ସୁଭାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ