ନୂଆଦିଲ୍ଲୀ, 9 ଜୁନ୍ (ହି.ସ.)-ଅଖିଳ ଭାରତୀୟ ଇତିହାସ
ସଂକଳନ ଯୋଜନା ସମ୍ପୂର୍ଣ୍ଣ ଦେଶରେ ଜିଲ୍ଲା ସ୍ତରରେ ଯୁବ ଇତିହାସକାରମାନଙ୍କ ଟିମ୍ ଗଠନ କରିବ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଝଣ୍ଡେୱାଳା ସ୍ଥିତ କାର୍ଯ୍ୟାଳୟ କେଶବ କୁଞ୍ଜ ପରିସରରେ ଆୟୋଜିତ ଦିନିକିଆ
ଯୁବ ଇତିହାସକାର ପରିଷଦର ଜାତୀୟ କାର୍ଯ୍ୟଶାଳାରେ ଏହି ନିଷ୍ପତି ନିଆଯାଇଛି।
ଏହି କାର୍ଯ୍ୟଶାଳା ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନା ଓ ମାଧବ ସଂସ୍କୃତି ନ୍ୟାସଙ୍କ
ସଂଯୁକ୍ତ ତତ୍ୱାବଧାନରେ କରାଯାଇଛି । କାର୍ଯ୍ୟଶାଳାରେ ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନାର
ଜାତୀୟ ସଂଗଠନ ମନ୍ତ୍ରୀ ଡ଼. ବାଲମୁକୁନ୍ଦ ପାଣ୍ଡେୟ, ସହ ସଂଗଠନ ମନ୍ତ୍ରୀ ସଞ୍ଜୟ
ମିଶ୍ର 'ଶ୍ରୀହର୍ଷ' ସହ ବହୁତ ସଂଗଠନର ଅନ୍ୟାନ୍ୟ
ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ଉପସ୍ଥିତ ଥିଲେ।
ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନାର ଜାତୀୟ ସଚିବ ଓ ଯୁବ ଇତିହାସକାର ପରିଷଦର ସଂରକ୍ଷକ
ଡ଼. ରତ୍ନେଶ କୁମାର ତ୍ରିପାଠୀ ସୋମବାର ହିନ୍ଦୁସ୍ଥାନ ସମାଚାରକୁ କହିଛନ୍ତି ଯେ,
ଚାରିଟି
ଅଧିବେଶନରେ ବିଭାଜିତ ଏହି କାର୍ଯ୍ୟଶାଳାରେ ଦେଶର ୨୦ଟି ପ୍ରାନ୍ତରୁ ଆସିଥିବା ପ୍ରମୁଖ
ପ୍ରତିନିଧିମାନେ ତାଙ୍କର ମତ ବ୍ୟକ୍ତ କରିଛନ୍ତି।
ଉତ୍ତର-ପୂର୍ବ କ୍ଷେତ୍ରୀୟ ସଂଗଠନ ସଚିବ ଓ ଯୁବ ଇତିହାସକାର ପରିଷଦର ସହ-ସଂରକ୍ଷକ ଡ଼.
ସୁରେଶ ପାଣ୍ଡେୟ କାର୍ଯ୍ୟଶାଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଛନ୍ତି।
ଡ଼. ତ୍ରିପାଠୀ କହିଛନ୍ତି ଯେ, କାର୍ଯ୍ୟଶାଳାରେ ଇତିହାସ ସଂକଳନ ଯୋଜନାର
୧୦ଟି ପ୍ରକଳ୍ପ ସହିତ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ଓ ବରିଷ୍ଠ
ପଦାଧିକାରୀମାନେ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ। ଏହାସହିତ,
କାର୍ଯ୍ୟର
ପରିଚାଳନା ପାଇଁ ୧୦ଟି ବିଭିନ୍ନ ବିଷୟ ଉପରେ କେନ୍ଦ୍ରିତ ବିଶେଷ ଟିମ୍ ଗଠନ କରାଯାଇଛି। ଏହି
ସହିତପ୍ରତ୍ୟେକ ପ୍ରାନ୍ତରେ ଜିଲ୍ଲା ଯୁବ ଇତିହାସକାର ପ୍ରମୁଖଙ୍କ ସହଯୋଗରେ
ସ୍ଥାନୀୟ ସ୍ତରରେ ମଧ୍ୟ ଟିମ୍ଗୁଡ଼ିକ ଗଠନ କରାଯିବାକୁ ନିଷ୍ପତି ହୋଇଛି।
କାର୍ଯ୍ୟଶାଳାରେ ଯୁବ ଇତିହାସକାର ପରିଷଦର କେନ୍ଦ୍ରୀୟ ଗ୍ରୁପର ଡ଼. ବିକାଶ ସିଂହ,
ସୁରେଶ
ମୀଣା, ରକ୍ତିମ ପାତର, ଜାତୀୟ ମହାସଚିବ ହେମନ୍ତ ଧିଙ୍ଗ ମଜୁମଦାର,
ଜନଜାତି
ଆୟାମର ପ୍ରମୁଖ ପ୍ରଫେସର ଶିବ କୁମାର ମିଶ୍ର, ସହ-ବିଦ୍ୱତ୍ ପ୍ରମୁଖ ପ୍ରଫେସର.
ଧରମ ଚନ୍ଦ ଚୌବେ, ଆମନ୍ତ୍ରିତ ସଦସ୍ୟ ଡ଼. ନିର୍ମଳ ପାଣ୍ଡେୟଙ୍କ ସହିତ ଦେଶର ୨୦ଟି
ପ୍ରାନ୍ତରୁ ଯୁବ ଇତିହାସକାର ପ୍ରମୁଖମାନେ ଓ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଇତିହାସ
ସଂକଳନ ସମିତି ଉତ୍ତର-ବିହାର ତରଫରୁ ପ୍ରାନ୍ତ ଯୁବ ଇତିହାସକାର ପ୍ରମୁଖ ଡ଼. ରିତେଶ୍ୱର ନାଥ
ତିୱାରୀ ମଧ୍ୟ ଏହି କାର୍ଯ୍ୟଶାଳାରେ ଭାଗ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା