ସଂଭଲ, ୯ ଜୁନ୍ (ହି.ସ.)- ଉତରପ୍ରଦେଶର ସଂଭଲ ଜିଲ୍ଲାରେ ରାସ୍ତା ଉପରେ ନିର୍ମିତ ମସଜିଦ୍ କୁ ସୋମବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଭାଙ୍ଗିଛନ୍ତି ମୁସଲିମ୍ ସମାଜର ଲୋକ । ଅନ୍ୟପକ୍ଷରେ ମନ୍ଦିରର କିଛି ଅଂଶ ମଧ୍ୟ ସଡ଼କ ଉପରେ ରହିଥିଲା, ଯାହାକୁ ହିନ୍ଦୁ ଭାଇମାନେ ଭାଙ୍ଗିବା ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଏସଡିଏମ ବନ୍ଦନା ମିଶ୍ରା, ପୋଲିସ ପ୍ରଶାସନର ଲୋକ ଉପସ୍ଥିତ ରହିଛନ୍ତି ।
ଏନେଇ ସୂଚନା ଦେଇ ଏସଡିଏମ ବନ୍ଦନା ମିଶ୍ରା ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ଜିଲ୍ଲାରେ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ଏହି କ୍ରମରେ ଏକ ସପ୍ତାହ ପୂର୍ବରୁ ଗ୍ରାମ ଅଜିଜପୁର ଅସଦପୁର ନିକଟରେ ରାସ୍ତାରେ ନିର୍ମିତ ମସଜିଦ୍ -ଦରଗାହ ଏବଂ ମନ୍ଦିରକୁ ଦେଖିବାକୁ ଟିମ୍ ପହଂଚି ଥିଲା । ସଡ଼କ ନିର୍ମାଣରେ ମସଜିଦ୍ ଆସୁଥିଲା, ଯେତେବେଳେ କି ତା’ ସାମ୍ନାରେ ମନ୍ଦିରର ପୃଥକ୍ ଅଂଶ ମଧ୍ୟ ଆସୁଥିଲା । ପ୍ରଶାସନ ନୋଟିସ୍ ଜାରି କରି ବେଆଇନ ଜବରଦଖଲକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ