ବିହାରରେ ଭୋଟର ତାଲିକା ପୁନଃନିରୀକ୍ଷଣ ପ୍ରକ୍ରିୟା ମଧ୍ୟରେ ସୀମାବର୍ତୀ ଜିଲ୍ଲାଗୁଡ଼ିକର ଆଧାର ସାଚୁରେସନକୁ ନେଇ ଉଠିଲା ଗମ୍ଭୀର ପ୍ରଶ୍ନ : ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଆଧାର ସାଚୁରେସନ୍ ସଂଖ୍ୟା ୧୨୬ ପ୍ରତିଶତରେ ପହଂଚିଛି
ପାଟନା, ୧୦ ଜୁଲାଇ (ହି.ସ.)- ବିହାରରେ ଚାଲିଥିବା ଭୋଟର ତାଲିକା ପୁନଃନିରୀକ୍ଷଣ (ଏସଆଇଆର) କାର୍ଯ୍ୟ ପରେ, ଏହା ସହିତ ଜରୁରୀ ଡକ୍ୟୁମେଂଟ ସଂଲଗ୍ନ କରିବା ଏବଂ ଏହାକୁ ଦାଖଲ କରିବା ପାଇଁ ଏକ ଦୌଡ଼ ଆରମ୍ଭ ହୋଇଛି । ନିର୍ବାଚନ କମିଶନ ଏଥିପାଇଁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତ
ବିହାରରେ ଭୋଟର ତାଲିକା ପୁନଃନିରୀକ୍ଷଣ ପ୍ରକ୍ରିୟା ମଧ୍ୟରେ ସୀମାବର୍ତୀ ଜିଲ୍ଲାଗୁଡ଼ିକର ଆଧାର ସାଚୁରେସନକୁ ନେଇ ଉଠିଲା ଗମ୍ଭୀର ପ୍ରଶ୍ନ : ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଆଧାର ସାଚୁରେସନ୍ ସଂଖ୍ୟା ୧୨୬ ପ୍ରତିଶତରେ ପହଂଚିଛି


ପାଟନା, ୧୦ ଜୁଲାଇ (ହି.ସ.)- ବିହାରରେ ଚାଲିଥିବା ଭୋଟର ତାଲିକା ପୁନଃନିରୀକ୍ଷଣ (ଏସଆଇଆର) କାର୍ଯ୍ୟ ପରେ, ଏହା ସହିତ ଜରୁରୀ ଡକ୍ୟୁମେଂଟ ସଂଲଗ୍ନ କରିବା ଏବଂ ଏହାକୁ ଦାଖଲ କରିବା ପାଇଁ ଏକ ଦୌଡ଼ ଆରମ୍ଭ ହୋଇଛି । ନିର୍ବାଚନ କମିଶନ ଏଥିପାଇଁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସମୟସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଏସଆଇଆର କାର୍ଯ୍ୟ ସମୟରେ, ବିହାରର ମୁସଲିମ ବହୁଳ ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଆଶ୍ଚର୍ଯ୍ୟ କଲା ଭଳି ଆଧାର ସାଚୁରେସନ୍ ସଂଖ୍ୟା ସାମ୍ନାକୁ ଆସିଛି । ଏଠାରେ ସାଚୁରେସନ୍ ସଂଖ୍ୟା ୧୨୦ ରୁ ୧୨୬ ପ୍ରତିଶତରେ ପହଂଚିଛି । ଏ ସମ୍ପର୍କରେ, ନିର୍ବାଚନ କମିଶନ କହିଛନ୍ତି ଯେ, ଆଧାର କାର୍ଡକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା କରାଯିବ ନାହିଁ । କେବଳ ଏତିକି ନୁହେଁ, ଗତ ସପ୍ତାହରେ ମୁଖ୍ୟ ନିର୍ବାଚନ କମିଶନ ମଧ୍ୟ ଏହି ସମ୍ପର୍କରେ ବିରୋଧୀ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।

ବିହାରର କିଶନଗଞ୍ଜ, ଅରରିୟା, କଟିହାର ଏବଂ ପୂର୍ଣ୍ଣିୟାରେ ଆଧାର ସାଚୁରେସନ୍ ର ସଦ୍ୟତମ ସଂଖ୍ୟା ରାଜନୈତିକ କରିଡର ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଯେଉଁଠି ରାଜ୍ୟରେ ଏହି ଚାରୋଟି ଜିଲ୍ଲାକୁ ବାଦ୍ ଦେଇ ହାରାହାରି ସାଚୁରେସନ୍ ପ୍ରାୟ ୯୪ ପ୍ରତିଶତ ଥିବା ବେଳେ, ମୁସଲିମ ବହୁଳ ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ଏହି ସଂଖ୍ୟା ୧୨୬ ପ୍ରତିଶତରେ ପହଂଚିଛି । ଏହି ପରିସ୍ଥିତି କେବଳ ଏକ ଅସଙ୍ଗତିକୁ ଇଙ୍ଗିତ କରେ ନାହିଁ, ବରଂ ସମ୍ଭାବ୍ୟ ଡୁପ୍ଲିକେଟ୍ କିମ୍ବା ନକଲି ପରିଚୟ ପତ୍ରର ଆଶଙ୍କା ମଧ୍ୟ ବୃଦ୍ଧି କରେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande