ଗୁଜରାଟ ବ୍ରିଜ୍ ଦୁର୍ଘଟଣାକୁ ନେଇ କଂଗ୍ରେସର ଟାର୍ଗେଟ୍ - ସରକାରଙ୍କ ଅବହେଳା ଯୋଗୁଁ ଲୋକମାନେ ପ୍ରାଣ ହରାଉଛନ୍ତି
ନୂଆଦିଲ୍ଲୀ, ୧୦ ଜୁଲାଇ (ହି.ସ.)- ଗୁଜରାଟର ମହିସାଗର ନଦୀରେ ବଡୋଦରା ଏବଂ ଆଣଂନ୍ଦକୁ ସଂଯୋଗ କରୁଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିବା ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେକି ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ବୁଧବାର ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ନେତା ଜିଗ୍ନେଶ ମେବ
ଗୁଜରାଟ ବ୍ରିଜ୍ ଦୁର୍ଘଟଣାକୁ ନେଇ କଂଗ୍ରେସର ଟାର୍ଗେଟ୍ - ସରକାରଙ୍କ ଅବହେଳା ଯୋଗୁଁ ଲୋକମାନେ ପ୍ରାଣ ହରାଉଛନ୍ତି


ନୂଆଦିଲ୍ଲୀ, ୧୦ ଜୁଲାଇ (ହି.ସ.)- ଗୁଜରାଟର ମହିସାଗର ନଦୀରେ ବଡୋଦରା ଏବଂ ଆଣଂନ୍ଦକୁ ସଂଯୋଗ କରୁଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିବା ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେକି ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ବୁଧବାର ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ନେତା ଜିଗ୍ନେଶ ମେବାଣି ଏହାକୁ ସରକାରୀ ଅବହେଳାର ପରିଣାମ ବୋଲି କହିଛନ୍ତି ।

ମେବାଣୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଗୁଜରାଟରେ ଅନେକ ଦୁର୍ଘଟଣା ଘଟିଛି, ଯାହା ପଛରେ ସରକାରୀ ଅବହେଳା ଏବଂ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ଭୂମିକା ରହିଛି । ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକ ଏବଂ କଂଗ୍ରେସ ନେତା ଅମିତ ଚାବଡା ଗମ୍ଭୀରା ବ୍ରିଜ୍ ର ଜରାଜୀର୍ଣ୍ଣ ଅବସ୍ଥା ବିଷୟରେ ସରକାରଙ୍କୁ ଦୁଇଥର ଚିଠି ଲେଖି ସତର୍କ କରାଇଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଯାହା ଯୋଗୁଁ ଏହି ଦୁର୍ଘଟଣା ଘଟିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande