ବଡୋଦରା, ୧୦ ଜୁଲାଇ (ହି.ସ.)-ଆନନ୍ଦ ଏବଂ ଭଡୋଦରା ସହରକୁ ସଂଯୋଗ କରୁଥିବା
ଗମ୍ଭୀରା ସେତୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୧୫ ରେ ପହଞ୍ଚିଛି। ପ୍ରଶାସନ କହିଛି
ଯେ ଏପର୍ଯ୍ୟନ୍ତ ମଧ୍ୟ ତିନି ଜଣ ନିଖୋଜ ଲୋକଙ୍କ
ସନ୍ଧାନ ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି।
ନଦୀରେ ଆଉ ଦୁଇଟି ଯାନ ଫସି ରହିଥିବା ଆଶଙ୍କା କରାଯାଉଛି। ଗୋଟିଏ ଦିନ ପୂର୍ବରୁ ବୁଧବାର ସକାଳେ ଏହି
ଦୁର୍ଘଟଣା ଘଟିଥିଲା।କଲେକ୍ଟରଙ୍କ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଦୁଇଟି ଯାନ ଯାହା ନଦୀରେ ପଡ଼ିବାକୁ
ଯାଉଥିଲା ସେଗୁଡିକୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ବଡୋଦରା (ଗ୍ରାମୀଣ) ପୋଲିସ ଅଧିକ୍ଷକ
ରୋହନ ଆନନ୍ଦ କହିଛନ୍ତି ଯେ ସେତୁର ୧୦ ରୁ ୧୫ ମିଟର ଲମ୍ବା ସ୍ଲୋବ୍ ସକାଳେ ଭୁଶୁଡ଼ି ପଡ଼ିଛି।ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ
ମୁଖପାତ୍ର ଏବଂ କ୍ୟାବିନେଟ୍ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ରାଜ୍ୟ ସରକାର ଏହି ନଦୀ
ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ ତୁରନ୍ତ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୨୧୨ କୋଟି ଟଙ୍କା
ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା