ସ୍ୱଚ୍ଛ ଭାରତ ମିଶନ ଆଗ୍ରା କୁବେରପୁରର ଚିତ୍ର ବଦଳାଇ ଦେଇଛି
ନୂଆଦିଲ୍ଲୀ, ୧୦ ଜୁଲାଇ (ହି.ସ.)- ମୋଦି ସରକାରଙ୍କ ''ସ୍ୱଚ୍ଛ ଭାରତ ମିଶନ'' ଦେଶକୁ କେବଳ ସ୍ୱଚ୍ଛ ଏବଂ ସବୁଜ କରୁଛି ନାହିଁ ବରଂ ଦେଶବାସୀଙ୍କୁ ମଇଳା ଯୋଗୁଁ ହେଉଥିବା ରୋଗରୁ ରକ୍ଷା କରି ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛି । ଉତର ପ୍ରଦେଶର ଆଗ୍ରା ସହର ଏହି ମିଶନର ଏକ ଉଦାହରଣ । ଏ
ସ୍ୱଚ୍ଛ ଭାରତ ମିଶନ ଆଗ୍ରା କୁବେରପୁରର ଚିତ୍ର ବଦଳାଇ ଦେଇଛି


ନୂଆଦିଲ୍ଲୀ, ୧୦ ଜୁଲାଇ (ହି.ସ.)- ମୋଦି ସରକାରଙ୍କ 'ସ୍ୱଚ୍ଛ ଭାରତ ମିଶନ' ଦେଶକୁ କେବଳ ସ୍ୱଚ୍ଛ ଏବଂ ସବୁଜ କରୁଛି ନାହିଁ ବରଂ ଦେଶବାସୀଙ୍କୁ ମଇଳା ଯୋଗୁଁ ହେଉଥିବା ରୋଗରୁ ରକ୍ଷା କରି ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛି । ଉତର ପ୍ରଦେଶର ଆଗ୍ରା ସହର ଏହି ମିଶନର ଏକ ଉଦାହରଣ । ଏହି ମିଶନ ଅଧୀନରେ, ଆଗ୍ରାରୁ ୧.୯ ନିୟୁତ ମେଟ୍ରିକ୍ ଟନ୍ ଅଳିଆ ଅପସାରଣ କରାଯାଇଥିଲା ଏବଂ ଏହାକୁ ପୁଣି ସବୁଜ କରାଯାଇଥିଲା । ଏହି ସୂଚନା ଗୃହ ଏବଂ ନଗର ବିକାଶ ମନ୍ତ୍ରଣାଳୟ ଦ୍ୱାରା ସେୟାର କରାଯାଇଥିଲା ।

୬ ବର୍ଷ ପୂର୍ବେ, ଆଗ୍ରାର କୁବେରପୁର ଅଂଚଳରେ ପ୍ରତିଦିନ ହଜାର ହଜାର ଟନ୍ ଅଳିଆ ପକାଯାଉଥିଲା । ଏହି ସ୍ଥାନଟି ଏକ ବିଷାକ୍ତ ଡମ୍ପିଂ ସାଇଟ୍ ପାଲଟିଥିଲା । ଏହି ଅଂଚଳରେ ୧.୯ ନିୟୁତ ମେଟ୍ରିକ୍ ଟନ୍ ରୁ ଅଧିକ କଠିନ ଅଳିଆ ଜମା ହୋଇଥିଲା । ୨୦୦୭ ରୁ ୨୦୧୯ ପର୍ଯ୍ୟନ୍ତ, ଏହି ଅଂଚଳ ସହର ପାଇଁ ମଇଳା ଏବଂ ରୋଗର କେନ୍ଦ୍ର ହୋଇ ରହିଥିଲା । ୨୦୧୯ ମସିହାରେ, କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ (ସହରାଚଂଳ) ଏବଂ ଉତର ପ୍ରଦେଶ ସରକାରଙ୍କ ସ୍ୱଚ୍ଛତା ଅଭିଯାନ ଏହି ଅଂଚଳକୁ ପୁଣି ସବୁଜ କରିଦେଇଥିଲା ।

ଜୈବପ୍ରତିକାର ଏବଂ ବାୟୋମାଇନିଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ଡିସେମ୍ବର ୨୦୨୪ ସୁଦ୍ଧା, ସରକାର ସେହି ଅଂଚଳରୁ ପ୍ରାୟ ୧.୯ ନିୟୁତ ମେଟ୍ରିକ୍ ଟନ୍ ଆବର୍ଜନା ଅପସାରଣ କରିବା ପାଇଁ ପ୍ରାୟ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏହି ଅଂଚଳରୁ ଅବର୍ଜନା ଅପସାରଣ ପରେ, ଖାଲି ହୋଇଥିବା ୪୭ ଏକର ଜମିକୁ ପୁଣି ସଫା କରାଯାଇଥିଲା । ଏଥିମଧ୍ୟରୁ, ମିୟାୱାକି ପଦ୍ଧତି ବ୍ୟବହାର କରି ୧୦ ଏକର ଅଂଚଳରେ ଏକ ସହରାଚଂଳ ଜଙ୍ଗଲ ସୃଷ୍ଟି କରାଯାଇଥିଲା, ୫ ଏକର ଅଂଚଳରେ ଏକ ଆଧୁନିକ ସାନିଟାରୀ ଲ୍ୟାଣ୍ଡଫିଲ୍ ନିର୍ମାଣ କରାଯାଇଥିଲା ଏବଂ ବାକି ଜମିକୁ ସବୁଜ ଜୋନ୍ ରେ ପରିଣତ କରାଯାଇଥିଲା । ଏହା ବ୍ୟତୀତ, ପ୍ରତିଦିନ ସୃଷ୍ଟି ହେଉଥିବା ନୂତନ ଆବର୍ଜନାକୁ ସ୍ମାର୍ଟ ଉପାୟରେ ପରିଚାଳନା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande