ନୂଆଦିଲ୍ଲୀ, ଜୁଲାଇ 10 (ହି.ସ)-ଉପରାଷ୍ଟ୍ରପତି
ଜଗଦୀପ ଧନଖଡ ଗୁରୁବାର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ))ରେ ଆୟୋଜିତ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ)ଉପରେ ପ୍ରଥମ ବାର୍ଷିକ
ଶୈକ୍ଷଣିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଭାରତୀୟ ଜ୍ଞାନ ପରମ୍ପରାର ସମୃଦ୍ଧି ଏବଂ ବୈଶ୍ୱିକ
ଗୁରୁତ୍ୱକୁ ରେଖାଙ୍କିତ କରି ଦେଶର ବୌଦ୍ଧିକ
ଐତିହ୍ୟରେ ଗର୍ବ କରିବାକୁ ଆହ୍ୱାନ କରିଥିଲେ। ସମ୍ମିଳନୀରେ ଭାରତର ପ୍ରାଚୀନ ବୌଦ୍ଧିକ
ପରମ୍ପରାକୁ ସମସାମୟିକ ଗବେଷଣା ଏବଂ ଶିକ୍ଷା ବ୍ୟବସ୍ଥା ସହିତ ସଂଯୋଗ କରିବା ଉପରେ ବ୍ୟାପକ
ଆଲୋଚନା ହୋଇଥିଲା।ଏହି ଅବସରରେ, ଉପରାଷ୍ଟ୍ରପତି ପ୍ରସିଦ୍ଧ ଜର୍ମାନ ବିଦ୍ୱାନ ମ୍ୟାକ୍ସ ମୁଲରଙ୍କ ଏକ
ଉଦ୍ଧୃତି ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାକୁ ରେଖାଙ୍କିତ କରିଥିଲେ। ସେ ଏହାକୁ ଶାଶ୍ୱତ
ସତ୍ୟର ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ। ଧନଖଡ କହିଛନ୍ତି ଯେ ଦୀର୍ଘ ସମୟ ଧରି ପାଶ୍ଚାତ୍ୟ
ତତ୍ତ୍ୱଗୁଡ଼ିକୁ ସାର୍ବଜନୀନ ସତ୍ୟ ଭାବରେ ଉପସ୍ଥାପିତ କରାଯାଇଥିବାବେଳେ ଭାରତର ସ୍ୱଦେଶୀ
ଜ୍ଞାନ ପରମ୍ପରାକୁ ନକାରାତ୍ମକ ଦୃଷ୍ଟିରେ ଦେଖାଯାଉଥିଲା। ସ୍ୱାଧୀନତା ପରେ ମଧ୍ୟ ଏହି ମାନସିକତା
କିଛି ପରିମାଣରେ ଜାରି ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା